ads

Breaking News

ସ୍ୱଚ୍ଛ ସବୁଜ ପୁରୀ ବସଷ୍ଟାଣ୍ଡ ଅଭିଯାନ




ପୁରୀ----ସ୍ଥାନୀୟ ସଂଘ ଓ ପୋୖରସଂସ୍ଥାର ମିଳିତ ପ୍ରୟାସରେ ଶ୍ରୀକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ପୁରୀ ବସଷ୍ଟାଣ୍ଡ। କିନ୍ତୁ ଏହାର ପରିସର କୁ ମୁକ୍ତାକାଶ ପାଇଖାନା ଭାବେ ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ଦିନ ପାଞ୍ଚ ହଜାର ପାଖାପାଖି ଯାତ୍ରୀ ସେଠାକୁ ଆସିଥିଲେ ଯାଉଥିଲେ,ସହରବାସୀଙ୍କ ଠାରୁ ଯାତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏହି ପୁତି ଗଂଧମୟ ପରିବେଶକୁ ଦେଖି କଷ୍ଟ ଅନୁଭବ କରୁଥିଲେ। ସ୍ଥାନୀୟ ବ୍ୟବସାୟୀ ଅନୁଷ୍ଠାନ ଆଉ ବସ ମାଲିକ ସଂଘ ଓ ବସଷ୍ଟାଣ୍ଡକୁ ଜୀବନଜୀବିକା ଭାବେ ଗ୍ରହଣ କରିଥିବା ଲୋକମାନଙ୍କ ତରଫରୁ ଆଜି ଆରମ୍ଭ ହୋଇଛି ସ୍ୱଚ୍ଛ ସବୁଜ ପୁରୀ ବସଷ୍ଟାଣ୍ଡ ଅଭିଯାନ। ଏହି ଅଭିଯାନରେ ପୋୖରଅଧିକାରୀ,ପୋୖର କର୍ମଚାରୀ ସମସ୍ତଙ୍କର ଯୋଗଦାନ  ରହିଥିଲା। ଅପରାହ୍ନରେ ସମସ୍ତେ ଏକାଠି ହୋଇଥିଲେ। ବସଷ୍ଟାଣ୍ଡ ମୁଖ୍ୟ ପ୍ରବେଶପଥ ଯେଉଁଠାରେ ଅଧିକ ଲୋକମାନେ ପରିସ୍ରା କରୁଥିଲେ,ସେହି ସ୍ଥାନରେ ହିଁ ଗଛ ଲଗାଇକରି ଲୋକମାନଙ୍କୁ ପରିସ୍ରା ନକରିବା ପାଇଁ ବାରଣ କରିଛନ୍ତି। ସେଥିରେ ସରକାରୀ ଅଧିକାରୀ ମାନେ  ଅକ୍ତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଏନ୍ଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ବୃନ୍ଦାବନ ପତି ଓ ପ୍ରଶାନ୍ତ ପଟ୍ଟନାୟକ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ଶ୍ରୀଗଣେଶ ବ୍ୟବସାୟୀ ସଂଘ, ଆମେ ଶ୍ରୀକ୍ଷେତ୍ରବାସୀ, ହାପିନେସ ଫାଉଣ୍ଡେସନ ଓ ବସ ମାଲିକ ସଂଘ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।
ପୁରୀ ରୁ ଧୀରେନ୍ଦ୍ର ସେନାପତି,୧/୩/୨୦୨୧----୧୨,୧୫

ads

Blog Archive

Popular Posts