ads

Breaking News

ଓଡ଼ିଶାର ସୀମାନ୍ତ ରେ ପଡୋଶୀ ରାଜ୍ୟଙ୍କ ଦ୍ଵାରା ହେଉଥିବା ଜବର ଦଖଲ କୁ ବିରୋଧ


 ଭୁବନେଶ୍ୱର---ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜ୍ୟ ସଭାପତି ପ୍ରଫେସର ଡ଼. ଅଦ୍ବୈତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ତଥା ରାଜ୍ୟର ବିଭିନ୍ନ ଶାଖାରୁ ଆସିଥିବା କର୍ମକର୍ତ୍ତା ଓ ଆଜୀବନ ସଦସ୍ୟମାନଙ୍କଉପସ୍ଥିତିରେ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟମାନଙ୍କ ଦ୍ଵାରା କବଳିତ କରିବାର
ଅପଚେଷ୍ଟାରୁ କ୍ଷାନ୍ତ କରିବା ପାଇଁ ଏକ ଗଣ ଧାରଣା ଦିଆଯାଇଥିଲା ।ଏହି ଉପଲକ୍ଷେ କରାଯାଇଥିବା ଦାବୀଗୁଡ଼ିକୁ ରାଜ୍ୟ ସରକାର ତଥା ରାଜ୍ୟର ସାଂସଦମାନେ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ଏହି ମର୍ମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏମ୍.ପି. ମାନଙ୍କୁ ଚିଠି ଲେଖାଯାଇଛି ବୋଲି ସମିଳନୀର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୯/୨/୨୦୨୧----୧୦,୫୫

ads

Blog Archive

Popular Posts