ads

Breaking News

ବିଡିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧିତ ଉତ୍ସବ


ସାକ୍ଷୀଗୋପାଳ ନିଉଜ୍ ଭେଡେନ ରୁ ଭବାନୀଶଂକର ପାଢୀ ଙ୍କ ରିପୋର୍ଟ  ।  ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁକବି ମୁରଲୀଧର ନାୟକ ଙ୍କୁ ସରପଞ୍ଚ ସଂଘ ତରଫରୁ ପୁଷ୍ପ ଗୁଚ୍ଛ ସହିତ ଉପଢୌକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବିଗତ ଦିନର ଦୁଇବର୍ଷ ଚାରିମାସ କାର୍ଯ୍ୟକାଳ ସମୟ ରେ ହୋଇଥିବା ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା।କରୋନା ମହାମାରୀ ସମୟରେ ସରପଞ୍ଚ, ପ୍ରଶାସନିକ ଅଧିକାରୀ, ଜନସାଧାରଣ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହିତ ଭେଡେନ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ବିଦାୟୀ ବିଡିଓ ଙ୍କୁ ସମର୍ଦ୍ଧିତ କରାଯାଇଥିଲା।
ଭେଡେନ ରୁ ଭବାନୀଶଂକର ପାଢୀ ନିଉଜ, ୨୦/୨/୨୦୨୧-_--୩,୧୫

ads

Blog Archive

Popular Posts