ads

Breaking News

ଭେଡେନ ବ୍ଲକ ରେ ନୂତନ ବିଡିଓ ରଘୁନାଥ ପାଣିଗ୍ରାହୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା




ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ରିପୋର୍ଟ:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେ ନୂତନ ବିଡିଓ ଭାବେ ରଘୁନାଥ ପାଣିଗ୍ରାହୀ ଯୋଗଦାନ କରିଛନ୍ତି।ସେ ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାହନଗା ବିଡିଓ ଭାବେ ଅବସ୍ଥାପିତ ଥିଲେ।ସେହିପରି ଭେଡେନ ବ୍ଲକ ରେ ଥିବା ବିଡିଓ ମୁରଲୀ ଧର ନାୟକ ବଲାଙ୍ଗୀର ଜିଲ୍ଲା ବଦଳି ହୋଇଛି।ନୂତନ ବିଡିଓ ରଘୁନାଥ ପାଣିଗ୍ରାହୀ ଙ୍କୁ ଭେଡେନ ବ୍ଲକ ଅଧ୍ୟକ୍ଷ ଡୋଲାମଣି କ୍ଷେତି,ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ ଓ ଆତ୍ମା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର କର୍ମୀ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ସମୟରେ ଭେଡେନ ବ୍ଲକ ବଡବାବୁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୧୭/୨/୨୦୨୧----- ୨,୦୦

ads

Blog Archive

Popular Posts