ads

Breaking News

୧୯୮୫ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ


 ଜଟଣୀ,----- ଜଟଣୀର ପୁର୍ବତଟ ରେଳବାଇ ମିଶ୍ରିତ ଉଚ୍ଚବିଦ୍ୟାଳୟର ୧୯୮୫ ମେଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁମିଳନ  ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର  ରଶ୍ମିରଂଜନ ମହାନ୍ତିଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ଅଧ୍ୟୟନଋତ ଛାତ୍ରଛାତ୍ରୀଙ୍କ ଦେହାନ୍ତକୁ ନେଇ ସ୍ମୃତିଚାରଣ ଏବଂ ଶୋକସଭାର ଆୟୋଜନ ହୋଇଥିଲା । ଦିର୍ଘ ୩୬ବର୍ଷ ପୁର୍ବର ସ୍ମୃତିକୁ ମନେ ପକାଇ ଭାବର ଆଦାନପ୍ରଦାନ କରିଥିଲେ । ଏହି ଅବସରରେ ଉକ୍ତବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଛଭାରତ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ କରାଯାଇଥିଲା । ବନ୍ଧୁମାନଙ୍କ ମଧ୍ୟରେ କୈାଣସି ସମସ୍ୟା ରହିଥିଲେ ତାହାକୁ ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରାଯିବାଲାଗି ସଂକଳ୍ପବଧ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କୁନି ରଥ, ଆଶିଷ ଧୀର, ମୁକ୍ତି ମିଶ୍ର, ଦ୍ୱାରୀକା ପଣ୍ଡା, ଚିତରଂଜନ ଶର୍ମା, ବିଧାନ ସୁବୁଦ୍ଧୀ, ବାବୁ ପଟ୍ଟନାୟକ,  କେଦାର ବରାଳ, ଦୀନମଣି ମହାନ୍ତୀ, ସବିତା ଦାଶ, ବନ୍ଦିତା ଦାଶ, ପ୍ରତିଶା ଦାଶ, ମୁକ୍ତା ମଂଜରୀ ପଣ୍ଡା, ନର୍ଗିଶ ବେଗମ ପ୍ରମୁଖ ଯୋଗଦେଇଥିଲେ । ଆଗାମି ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ଆହୁରି ସରଶ ସୁନ୍ଦର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।  ଜଟଣୀରୁ ରଙ୍ଗନାଥ ବେହେରା, ୧୮/୨/୨୦୨୧----୯,୦୦ 

ads

Blog Archive

Popular Posts