ads

Breaking News

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

 


 ଡେଲାଙ୍ଗ ------  ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ରବିବାର ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ ଅନୁଯାୟୀ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ସଭାରେ ସଭାପତିତ୍ୱ କରିଥିଲେ । ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ, ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ଓପୁରାତନଛାତ୍ର ଦିବ୍ୟଜିତି ପରିଡା, ବିରେନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଜିର ଦିନରେ ମାତୃଭାଷାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ମାତୃଭାଷାରେ ସରକାରୀ କାର୍ଯ୍ୟାଳୟରେ ସମସ୍ତ ଫାଇଲି ସହ କମ୍ପ୍ୟୁଟରରେ ଓଡିଆ ଭାଷା ବ୍ୟବହାର ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସେହିପରି ଶିକ୍ଷକ ମିଟୁ କିଶୋର ପ୍ରଧାନ କହିଥିଲେ ଉଚ୍ଚ ହେବାପାଇଁ କରଯେବେ ଆସା, ଉଚ୍ଚ କର ତେବେ ନିଜ ମାତୃଭାଷା କବିତା ଗାନ କରିଥିଲେ । ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ôୟାଦ ଦେଇଥିଲେ । ଏହି ଅବସରରେ ସ୍ମାରକୀ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୧---୯,୨୫

ads

Blog Archive

Popular Posts