ads

Breaking News

ସମର୍ପଣ ଚାରିଟେବୁଲ ଟ୍ରଷ୍ଟ" ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣା କୋଚିଂ


ପୁରୀ ---- ସାମ୍ପ୍ରତିକ କରୋନା ମହାମାରୀ ର ଦୁର୍ଦ୍ଦିନ ମଧ୍ୟରେ ସାଧାରଣ ଜନ ଜୀବନ ପ୍ରଭାବିତ ହେବା ସହ ଅଧ୍ୟୟନରତ  ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଗଠନ ଦିଗରେ ସହଯୋଗ ର ହାତ ବଢ଼ାଇଛି ପୁରୀର "ସମର୍ପଣ ଚାରିଟେବୁଲ ଟ୍ରଷ୍ଟ"। ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ମାଗଣା କୋଚିଂ ବ୍ୟବସ୍ଥା।
ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ, ଏହି କଥା କୁ ଦୃଷ୍ଟିରେ ରଖି ଏକ ଶିକ୍ଷିତ ସୁସ୍ଥ ସମାଜ ଗଠନର ଲକ୍ଷ ରଖି ଏହା ଆରମ୍ଭ ହୋଇଛି। ଗଣିତ, ଇଂରାଜୀ ଓ ବିଜ୍ଞାନ ର ବରିଷ୍ଠ ଶିକ୍ଷକ ମାନେ ସମ୍ପୂର୍ଣ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ଶିକ୍ଷାବିତ୍ ଅରୁଣ କୁମାର ମହାନ୍ତି, ଦେବରାଜ ଦାସ, ପ୍ରଦୀପ କୁମାର ପ୍ରଧାନ ଓ ଦିବାକର ଦଳାଇ ପ୍ରମୁଖ ଶିକ୍ଷାଦାନରେ ସାମିଲ ହୋଇଛନ୍ତି। ପୁରୀର ପ୍ରାୟ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି ।ଏହି ମହତ୍ କାର୍ଯ୍ୟ କୁ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ସଦସ୍ୟ ନିଷ୍ଠା ର ସହ ସମ୍ପାଦନ କରୁଛନ୍ତି। 
ପୁରୀ ରୁ ଜୟନ୍ତ କୁମାର ସେଠୀ ,୨୧/୨/୨୦୨୧-----୯,୧୫

ads

Blog Archive

Popular Posts