ads

Breaking News

ମା ଚମ୍ପାଦେବୀଙ୍କ ପୀଠରେ ଷୋଡଶ ବାର୍ଷିକ ଜନ୍ମୋତ୍ସବ

 ଡେଲାଙ୍ଗ--- ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଉପଡା ଗ୍ରାମରେ ପୂଜିତ ମା ଚମ୍ପାଦେବୀଙ୍କ ପୀଠରେ ଷୋଡଶ ବାର୍ଷିକ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ୱାର୍ଡସଭ୍ୟ ଯୁଧିଷ୍ଠିର ମାର୍ଥାକର୍ତ୍ତା ଦାୟତ୍ୱ ତ୍‌ୁଲାଇଥିଲେ । ମୁଖ୍ୟ ପଣ୍ଡିତ ମଦନ ମୋହନ ମିଶ୍ର ଓ ମାଙ୍କ ପୂଜକ ପଦ୍ମଚରଣ ଦାଶ ପୀଠରେ ପୂଜାର୍ଚ୍ଚନା କରିବା ସହ ହୋମଯଜ୍ଞ କରିଥିଲେ । ଗ୍ରାମ ପୁରୁଷ ମହିଳା ମାନେ ହରିବୋଲ ହୁଳହୁଳି ପକାଇ ମାଙ୍କୁ ପୂଜାପାଠ କରିଥିଲେ । ଯଜ୍ଞର ପୂର୍ଣ୍ଣାହୁତି ପରେ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା ।ବାବା ରତ୍ନାକର କୋଦମାସିଂହ ( କ) ଯୁଧିଷ୍ଠିର ମାର୍ଥା, ବଳରାମ ଭୁଜବଳ, ପିନାକୀ ଦଳେଇ,ମନୋରଞ୍ଜନ ଭୁଜବଳ, ପୂଣ୍‌ର୍ଣଚନ୍ଦ୍ର ରଣା, ଦୀନବଂଧୁ ବେହରା, ନରେନ୍ଦ୍ର କୋଦମାସତଂହ, ମହନ୍ତ ନିଶଙ୍କ, କେଳୁଚରଣ କୋଦମାସିଂହ, ପ୍ରତାପ ଭୁଜବଳ, ବିଭୂତି ଭୂଷଣ କୋଦମାସିଂହ, ଝୁଲୁ କୋଦମାସିଂହ, ପ୍ରତାପ ସାମନ୍ତରାୟଙ୍କ ସହିତ ଓଉପଡା ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୪୦

ads

Blog Archive

Popular Posts