ads

Breaking News

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲେ ପୋଲିସ ଡି ଜି


ଭୁବନେଶ୍ୱର---- କାଲିଠୁ ଆରମ୍ଭ ହେଉଛି ବିଧାନସଭା ସେଥିପାଇଁ ବିଧାନସଭା କୁ ପୋଲିସ ଡିଜି ଶ୍ରୀ ଅଭୟ କୁମାର ତଦାରଖ କରି ଥିଲେ  ।ଏହି ତଦାରଖ ରେ ପୋଲିସ କମିଶନର ଡ଼କ୍ଟର ସୁଧାଂଶୁ ଷଢଙ୍ଗୀ. ସହିତ ଗୁଇନ୍ଦା ବିଭାଗର ଡି ଆଇ ଜି ଅନୁପ ସାହୁ , ନିର୍ଦ୍ଦେଶକ ଆର କେ ଶର୍ମା , ଆଇନ ଶୃଙ୍ଖଳା ଏ ଡି ଜି ଯଶ ବନ୍ତ ଜେଠ ବା  ଡି ସି ପି ଉମା ଶଙ୍କର ଦାସ  ମଧ୍ୟ୍ୟ ସାମିଲ ରହି ସବୁ ପ୍ରକାର ଯାଞ୍ଚ କରିଥିଲେ । ଆଜି ଏହି ଉପରେ ପୋଲିସ ଡିଜି ଏବଂ ପୋଲିସ କମିଶନର ସୂଚନା ଦେଇଥିଲେ । ଏବଂ କହିଥିଲେ ବିଧାନସଭା ଚାଲିବା ସମୟରେ ସମସ୍ତେ ଏଠାକୁ  ଆସନ୍ତି ଏବଂ ଅଭିଯୋଗ କକ୍ଷ୍ୟକୁ ନ ଯାଇ ଏଠି ପ୍ରୋଟେଷ୍ଟ କରନ୍ତି । ତାହା ବେ ଆଇନ ଅଟେ ।ଏଥି ପାଇଁ ଆମେ ସଜାଗ ରହିବୁ ବୋଲି ସେ କହିଥିଲେ। ସେହିପରି ବିଧାନସଭା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ 30 ପ୍ଲାଟୁନ ଫୋର୍ସ ମୃତୟନ ହେବ ବୋଲି ସୂଚନା ମିଳିଛି  । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୭/୨/୨୦୨୧----୯,୦୦

ads

Blog Archive

Popular Posts