ads

Breaking News

ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର


ସାକ୍ଷୀଗୋପାଳ ନିଉଜ୍ :- ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ; ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଜୀବନ ବିନ୍ଦୁ ମୋ ପରିବାର ଓଡିଶା ଓ ଶପଥ ପରିବାର ରେମଣ୍ଡା ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ  ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ  ଛୁରିଆ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲା ଜୀବନ ବିନ୍ଦୁ ମୋ ପରିବାର ଓଡିଶା ର ମୁଖ୍ୟ ଗୌରହରି ମିଶ୍ର ଯୋଗ ଦେଇ ଶପଥ ପରିବାର ସଦସ୍ୟ ମାନଙ୍କୁ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ । ଏଥିରେ ୫୦ ଜଣ ମହିଳା ସମେତ ୬୮ ଜଣ  ରକ୍ତଦାନ କରିଥିଲେ।
ଏଥିରେ ଭେଡେନ ବ୍ଲକ ର ମୋ ପରିବାର ଓଡିଶା ଓ ଶପଥ ପରିବାର ରେମଣ୍ଡା ର ସଦସ୍ୟ ସୁବାସ ହୋତା, ସୁପ୍ରଭା ପଧାନ, ରଣଜିତ ଭୋଇ, ହରିଶଂକର ବେହେରା, ଏକାଦଶୀଆ ହଟେଇ, ଶୁକଦେବ ଶତପଥୀ,ପ୍ରତାପ ହୋତା, ସୁଶାନ୍ତ ସାହୁ, ପ୍ରଭଂଜନ ଶତପଥୀ, ବାବଲୁ କଠାର, ଯଦୁମଣି ପ୍ରଧାନ, ସୁଦାମ ସାହୁ, ଗୋପାଳ ଚନ୍ଦ୍ର ଭୋଇ, ମିନକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଜି ଶିବିରରେ  ବୀର ସୁରେନ୍ଦ୍ର ସାଏ ବୁର୍ଲା ଓ ବରଗଡ଼ ଜିଲ୍ଲାର ରକ୍ତ ଭଣ୍ଡାର ଅଧିକାରୀ ଗଣ ରକ୍ତ ସଂଗ୍ରହ କରିଥିଲେ। ପରିଶେଷରେ ଶପଥ ପରିବାର ରେମଣ୍ଡା ର ସଭାପତି ଶୁଶିଲ କୁମାର ଭୂଏ ଉପସ୍ଥିତ ସମସ୍ତ ରକ୍ତଦାତା, ଅଧିକାରୀ ଓ ପରିବାର ର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ  ଜଣାଇଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧/୩/୨୦୨୧----୧୨,୦୦

ads

Blog Archive

Popular Posts