ads

Breaking News

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି ପାଇଁ ସଭାସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ


 ପିପିଲି --- ପୁରୀ ଜିଲ୍ଲାର ପିପିଲି ବ୍ଳକର  ମକୁନ୍ଦପୁର ବାଲିପଡିଆ ଠାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ  ଜନସାଧାରଣଙ୍କୁ ଉଦବୋଧନ ଦେବା ସହ କିଛି ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିବା ବେସରକାରୀ ସୁତ୍ରରୁ ଜଣାପଡିଛି । ସୁଚନା ଯୋଗ୍ୟଯେ ଦିବଂଗତ ମହାରଥୀଙ୍କ ଅକାଳ ମୃତ୍ୟୁ ପରେ ପିପିଲି- ଡେଲାଙ୍ଗରେ ଉପନିର୍ବାଚନ ପାଇଁ ବେଗୁଲ ବାଜିବା ଏକ ରକମ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ୨୩ ତାରିଖରେ କରିବାକୁ ଯାଉଛନ୍ତି ଏକ ଉଦବୋଧନ କାର୍ଯ୍ୟକ୍ରମ । ଏଥି ପାଇଁ  ଭିତ୍ତିଭୂମୀ ତଦାରଖ କରିଛନ୍ତି ପୁରୀ ଜିଲ୍ଲାପାଳ ଡ. ସମର୍ଥ ବର୍ମାଙ୍କ ସହିତ ଉପଜିଲ୍ଲାପାଳ ଭବତରଣ ସାହୁ   ବ୍ଳକ ଅଧ୍ୟକ୍ଷା କଳ୍ପନା ସମାନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମାର ଅଧ୍ୟକ୍ଷ ଧରିଣୀଧର ସାହୁ, ତହସିଲଦାର, ଆଇଆଇସି,ବିଡିଓ  ସହିତ ବିଭିନ୍ନ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହି ଭିଡିଓକନଫରେନ୍ସିରେ ପ୍ରାୟ ୧୦ ହଜାର ପୁରୁଷ ମହିଳା ଯୋଗଦେବାର ସମ୍ଭାବନା ରହିଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର, ୨୦/୨/୨୦୨୧----୫,୧୦

ads

Blog Archive

Popular Posts