ads

Breaking News

ବାଲ୍ୟ ବିବାହ କୁ ପ୍ରଶାସନ ବନ୍ଦ କଲା



ସାକ୍ଷୀ ଗୋପାଳ ନିଉଜ୍ ଭେଡେନ ରୁ ଭବାନୀଶଂକର ପାଢୀ କଂ ରିପୋର୍ଟ :- ଆଧୁନିକ ଯୁଗର ଚାକଚକ୍ୟ ରେ ଥାଇ ମଧ୍ୟ ଅନ୍ଧ ବିଶ୍ବାସ କୁସଂସ୍କାର ଭଳି ପ୍ରଥା ଲୋପ ପାଇ ପାରୁନାହିଁ। ଏଭଳି ଏକ ଘଟଣା ଘଟିବା ପୂୂର୍ବରୁ ପ୍ରଶାସନ ପହଁଁଚି ଏକ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି। 
ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁହା ଖଣ୍ଡି ପଞ୍ଚାୟତର ହିରୁମୁଂଡା ଗ୍ରାମ ଠାରେ ଏକ ବାଲ୍ୟ ବିବାହ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗ୍ରାମକୁ ଯାଇ ଥିଲେ ସିଡିପିଓ ଝୁନୁକୁମାରୀ ପାତ୍ର, ମିଶନଶକ୍ତି କୋଅଡିନେଟର ଅନୀତା ପୁରୋହିତ ଓ ସେକ୍ଟର ସୁପରଭାଇଜର ସୁରୁବାଲି ମହାନନ୍ଦ ସେଠାରେ ପହଞ୍ଚି ଥିଲେ । ବୁଝା ବୁଝି କଲା ପରେ ଉକ୍ତ ଝିଅ ବୟସ ଆଧାର କାର୍ଡ ଅନୁସାରେ ୧୩ ବର୍ଷ ୯ ମାସ । ଉକ୍ତ ପରିବାର ର ବୟସ୍କ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରି ବାଲ୍ୟ ବିବାହ ରୋକିଛନ୍ତି । ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ଅଟେ, ସରକାରଙ୍କ ନିୟମ ଅନୁସାରେ ୧୮ ବର୍ଷ ପରେ ବିବାହ କରିବା ଉଚିତ୍ ବୋଲି କହିଥିଲେ। ଆଜି ପୁଣି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଚାଇଲ୍ଡ ଲାଇନ ର୍ ସାମାଜିକ କର୍ମୀ ବବିତା ରାଉତ ଉକ୍ତ ଗ୍ରାମ କୁ ଯାଇଥିଲେ ତାଙ୍କ ସାଙ୍ଗରେ ,ସିଡିପିଓ ଝୁନୁକୁମାରୀ ପାତ୍ର, ମିଶନ୍ ଶକ୍ତି କୋଅଡିନେଟର ଅନୀତା ପୁରୋହିତ ଓ ସେକ୍ଟର ସୁପରଭାଇଜର ଯାଇ ଉକ୍ତ ପରିବାରକୁ ବୁଝାସୁଝା କରିଥଲେ। ଉକ୍ତ ପରିବାର ପ୍ରତିଶ୍ରୁତି ଦେଲେ ଯେ ଆମେ ଏ ବିବାହ ବନ୍ଦ କରିବା ସହ ୧୮ ବର୍ଷ ପରେ ବିବାହ କରିବୁ ବୋଲି ଅଧିକାରୀଣି ମାନଙ୍କୁ ପରିବାର ପକ୍ଷରୁ କୁହାଯାଇଛି । 
 ଭେଡେନ ରୁ ସାକ୍ଷୀ ଗୋପାଳ ନିଉଜ୍ ଭବାନୀ ଶଙ୍କର ପାଢୀ ,୨୫/୨/୨୦୨୧----୭,୨୦

ads

Blog Archive

Popular Posts