ads

Breaking News

ପେଟ୍ରୋଲ ଡିଜେଲ୍ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

ଜଗତସିଂହପୁର ....କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ର କ୍ରମାଗତ ଦର ବୃଦ୍ଧି ବିରୋଧ ରେ ପ୍ରଦେଶ କଂଗ୍ରେସ କମିଟି ଡ଼ାକରାରେ ଓଡିଶା ବନ୍ଦ କୁ ସଫଳ କରିବା ନିମନ୍ତେ ଜଗତସଂହପୁର  ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରପଲ୍ଲୀ ରେ ଜୋରଦାର ଆନ୍ଦୋଳନ କରାଯାଇଛି ।ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ନେତୃତ୍ୱ ରେ ଯୁବ ନେତା ପ୍ରଶାନ୍ତ ମଲ୍ଲିକ, ବିପ୍ଳବ କୁମାର ଚୌଧୁରୀ, ଆଶିଷ ମହାପାତ୍ର ଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବା ସହିତ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରି ଦୋକାନ ବଜ଼ାର, ଗାଡି ମଟର ସମ୍ପୂର୍ଣ ବନ୍ଦ କରାଯାଇଥିଲା  ।            
 ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର    ,୧୫/୨/୨୦୨୧----- ୯,୨୦   

ads

Blog Archive

Popular Posts