ads

Breaking News

ଡେଲାଙ୍ଗରେ ବିଜେପିର ପରିବର୍ତ୍ତନ ସମାବେଶ


 ଡେଲାଙ୍ଗ ----- ପିପିଲି ଉପନିର୍ବାଚନ ଘୋଷଣା ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର  ଚିନ୍ତା ସେତିକି ବଡିବାରେ ଲାଗିଛି । ରବିବାର ଦିନ ବିଜେପି ଦଳ ପକ୍ଷରୁ ଡେଲାଙ୍ଗଷ୍ଟେସନ ସ୍ଥିତ ରେଞ୍ଚ ଯେଳୱ ପଡିଆରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏବଂ ପିପିଲି ବ୍ଳକର ନୂଆଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ନିର୍ବାଚନରେ ବିଜେଡି ଦଳର ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ ମଧ୍ୟ ବିଜେପି ସମର୍ଥିତ ପ୍ରାଥୀ ସୌମ୍ୟକାନ୍ତ ଦାଶ ବିଜୟୀ ହୋଇଥିଲେ ।ଏଥିରୁ ପ୍ରମାଣ କରି ଦେଇଛୁ ଯେ ଆମ ବିଜୟ ରଥ ଆଗକୁ ଆଗ ଗଡିବ ବୋଲି ଯୋଗ ଦେଇଥବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚାୀ ସଭାପତି ଅମିୟ ପ୍ରଧାନ, ବେରବୋଇ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପରିଡା, ସାତଶଙ୍ଖ ମଣ୍ଡଳ ମହିଳା ମୋର୍ଚ୍ଚା ଗୀତାଞ୍ଜଳି ମିଶ୍ର, ମମତା ନାୟକ,ଗଡମୋଟରୀ ପଞ୍ଚାୟତର ମହିଳା ମୋଚ୍ଚାମିନତୀ କୁମାରୀ ବଳିୟାରସିଂହ, ଭାରତୀ ପରିଡା, ରେଶୁପିୟା ନାୟକ, ସୁପିୟା ମହାପାତ୍ର, ସୁବୋଧ ମହାନ୍ତି , ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହିତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ । ଲଡୁ କିଶୋର ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ପଞ୍ଚାୟତରୁ ହଜାର ଜହାର ମହିଳା ପୁରଷ କର୍ମୀ ଯୋଗଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୫,୨୫

ads

Blog Archive

Popular Posts