ads

Breaking News

ସିନିୟର ସିଟିଜନ ମାନଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା ଓ ମେଡିସିନ ପ୍ରଦାନ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଯୁବକ ସଂଘ ଆନୂକୁଲ୍ୟରେ ଗ୍ରାମରେ ଥିବା ସିନିୟର ସିଟିଜିନ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ଓ ମେଡିସିନ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ସିନିୟର ସିଟିଜନ ରମାନାଥ ମିଶ୍ର ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ୧୨୭ ଜଣ ବ୍ୟକ୍ତି ମଧୁମେହ, ଅସ୍ଥିସାନ୍ଧ୍ରତା ପରୀକ୍ଷା କରାଯିବା ସହ ସେମାନଙ୍କୁ ପରାମର୍ଶ ଦିଆଯିବା ସହ କିଛି ମେଡିସିନ ପ୍ରଦାନ କରାଯାଇଥିଲା ଏହି ଶିବିରରେ ପ୍ରଫେସର ଡା, ହର ପ୍ରସାଦ ମିଶ୍ର, ପ୍ରଫେସର ଡା, ଦେବ ପ୍ରସାଦ ଦାଶ, ପଅଫେସର ଡା, ସୁଜିତ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି ସ୍ୱାସ୍ଥ୍ୟ ଶିବିରକୁ ଡାବର, ଟୁଲିପ ଆଦି କମ୍ପାନୀ ସହଯୋଗ କରିଥିଲେ । ଯୁବକ ସଂଘର ସଦସ୍ୟ ଅସୀତ କୁମାର ମିଶ୍ର, ନିରଞ୍ଜନ ମିଶ୍ର, ସୋମନାଥ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୧---୫,୪୦

ads

Blog Archive

Popular Posts