ads

Breaking News

ଓଡିଶା ସାମ୍ବାଦିକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ



-ଧରାକୋଟ ----ପତ୍ରପୁର ଠାରେ ଓଡିଶା ସାମ୍ବାଦିକ ସଙ୍ଘ ର ଏକ ସାଙ୍ଗଠନି କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ରାଜ୍ୟ ସାମ୍ବାଦିକ ସଙ୍ଘ ର ସଭାପତି ଅଶୋକ ନନ୍ଦ, ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ରବୀନ୍ଦ୍ର ପଟନାୟକ ସଭାପତିତ୍ଵ କରି ଥିବା ବେଳେ ଜିଲ୍ଲା ସମ୍ପାଦକ ବିଷ୍ଣୁ କେଶରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସମ୍ବିତ ନାୟକ ଯୋଗ ଦେଇ ଥିବା ବେଳେ ସାନଖେମୁଣ୍ଡି ତହସିଲଦାର  ଶ୍ରୀନିବାସ ବେହେରା ଙ୍କୁ କୋରୋନା ଯୋଦ୍ଧା ରୂପେ ସମ୍ବଧିତ କରା ଯାଇଥିଲା ।ଏହିଅବସର ରେ ସ୍ୱତନ୍ତ୍ର ଅତିଥି ଭାବେ ମନୋରଞ୍ଜନ ସାମନ୍ତରାୟ ଯୋଗ ଦେଇଥିଲା ବେଳେ ଶ୍ରମିକ ସଂଗଠନ ର ନେତା ବାଲାଜୀ ମହାନ୍ତି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଏଥିରେ ସାଙ୍ଗଠନିକ ସମସ୍ୟା ଉପରେ ତର୍ଯ୍ୟମା କରାଯାଇ ଥିଲା । ସାମ୍ବାଦିକ ବୀମା ନବୀକରଣ ଏବଂ ଆଇ କାର୍ଡ ପ୍ରଦାନ କରାଯାଇ ଥିଲା । ସାମ୍ବାଦିକ ଙ୍କୁ ସବୁ କ୍ଷେତ୍ର ରେ ଆଗୁଆ ସନମାନ ଓ ସହଯୋଗ କରିବାର ପ୍ରତିଶୃତି ବଦ୍ଧ ହୋଇ ଥିଲା ।
 ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨୪/୨/୨୦୨୧-----୭,୦୦

ads

Blog Archive

Popular Posts