ads

Breaking News

ଚୁଟି ବେପାର ନାମରେ ନିଶା ବେପାର ; ୨୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ


 ପିପିଲି--- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ଅଧ୍ୟୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ତତ୍ତ୍ୱବଧାନରେ ପିପିଲି ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲିକ କୌଣସି ସୁତ୍ରରୁ ଖବର ପାଇ ଜଣେ ଚୁଟି ବେପାରୀଙ୍କ ଘର ଉପରେ ଚଡାଉ କରି ୨୪ କିଲୋ ଗଞ୍ଜେଇ ଜବତ ସହ ତାଙ୍କୁ ଗିରଫ କରିଛନ୍ତି । ସୁଚନା ଯୋଗ୍ୟ ଯେ କଲିକତାର ମେଦିନିପୁରର ସେଖ୍ ଜୁଲ ଫିଦଲ ନାକକ ଜଣେ ଯୁବକ ଚୁଟି ବେପାର କରିବା ପାଇଁ  ପିପିଲି ଥାନା ଅନ୍ତର୍ଗତ ଭବାନିପୁର ଗ୍ରାମରେ ରହି ସାଇକେଲ ଯୋଗେ ଚୁଟି ବେପାର କରିଥାନ୍ତି । ମାତ୍ର ପକୃତ ପକ୍ଷେ ସେ ଚୁଟି ନାମରେ ଗଞ୍ଜେଇ ବେପାର କରି ଆସୁଥିଲେ । ଅବକାରୀ ବିଭାଗ ପକ୍ଷରୁ ଆଜି ସାକଳ ୮ ଟା ସମୟରେ ଚଡାଉ ସମୟରେ ତାଙ୍କ ଠାରୁ ୨୪ କିଲୋ ଗଞ୍ଜେଇ ଜବତ କରାଯାଇଛି । ଯାହାରକି ମୂଲ୍ୟା ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଡଉରେ ଏ.ଏସ. ଆଇ ସୁସାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ନାୟକ, କନଷ୍ଟେବଳଦୀନବନ୍ଧୁ ବାରିକ, ତପନ କୁମାର ପ୍ରଧାନ, ପ୍ରଦିପ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପିପିଲି ଅବକାରୀ ଥାନା କେସନଂ- ୫୦/ ୨୧ରେ ଏକ କେସରୁଜ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମଲିକଙ୍କ ଠାରୁ ସୁଚନା ମିଳିଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର, ୨୫/୨/୨୦୨୧---୪,୩୫

ads

Blog Archive

Popular Posts