ads

Breaking News

ବିଞ୍ଜାରପୁର ବ୍ଲକର ଆଦର୍ଶ ଶିକ୍ଷକଙ୍କୁ ମନେ ପକାଇ ଶୋକ ସଭା



      ଯାଜପୁର----   ବିଞ୍ଜାରପୁର ବ୍ଲକ ଅନ୍ତର୍ଗତ ଦୁର୍ଯ୍ୟୋଧନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର ଚନ୍ଦ୍ର ଧଳଙ୍କର ହୃଦଘାତ ରେ ଗତ  ୧୪ ତାରିଖ ରେ ଅକାଳ ବିୟୋଗ ଘଟିଥିଲା । ତାଙ୍କର ସ୍ମୃତି ଚାରଣ ଶୋକସଭା ରେ ବିଂଝାରପୁର ବ୍ଲକ ର ବହୁ ଶିକ୍ଷକ -ଶିକ୍ଷୟତ୍ରୀ,ବନ୍ଧୁ ଏବଂ ଗ୍ରାମବାସୀ ତଥା ପରିବାର  ବର୍ଗଙ୍କ ତରଫରୁ ଏକାଦଶାହ ଦିବସରେ ଉପସ୍ଥିତ ରହି ସ୍ବର୍ଗତ ଆତ୍ମା ର ସ୍ମୃତିମନ୍ଥନ କରିଥିଲେ। ଉପରୋକ୍ତ ସ୍ମୁତି ସଭାରେ ଯାଜପୁର ଜିଲ୍ଲା ଶିକ୍ଷକ ସଂଘର ସଭାପତି- ବିଜୟ ନାୟକ, ସମ୍ପାଦକ -ଶୈଳନ୍ଦ୍ର ସାମଲ, ବ୍ଲକ ସଭାପତି ଓ ସମ୍ପାଦକ ପୂର୍ବତନ ବ୍ଲକ ସଭାପତି ଆଉଁରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଲଷ୍ମୀନାରାୟଣ ମହାନ୍ତି, ଶିକ୍ଷା  ମଣ୍ଡଳାଧିଶ ବିଂଝାରପୁର  ମହମ୍ମଦ ହୁମାୟୁନ ବିଂଝାରପୁର ବ୍ଲକ ଅଧକ୍ଷ ନନ୍ଦକିଶୋର ସାମଲ,ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ବୃନ୍ଦ ଏବଂ ରାଜ୍ୟ କଂଗ୍ରେସର ମହାରଥୀ ଶିଶିର କୁମାର ନାୟକ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କର କର୍ମ ମୟ ଜୀବନର ଅମର ଗାଥା ସମ୍ବନ୍ଧରେ ବିଶଦ ଆଲୋଚନା କରି ତାଙ୍କର ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।
           ଯାଜପୁର ରୁ ଶିବକେତନ ମହାନ୍ତି ଙ୍କ ରିପୋର୍ଟ, ୨୫/୨/୨୦୨୧----୫,୧୦

ads

Blog Archive

Popular Posts