ads

Breaking News

ସତ୍ୟବାଦୀରେ ମୋବାଇଲି ଲୁଟେରା ମାତିଲେ ; ପୋଲିସ ଅସହାୟ

 ସାକ୍ଷୀଗୋପାଳ ------  ସାକ୍ଷୀଗୋପାଳ ଥାନା ଅଞ୍ଚଳରେ ଏବେ ମୋବାଇଲି ଲୁଟେରାଙ୍କ ସ୍ୱର୍ଗ ପାଲଟିଛି । ଅଭିଯୋଗ କଲେ ମଧ୍ୟ ପୋଲିସ ସେମାନଙ୍କର ଟେର ପାଉନାହିଁ । ଦୁଇ ଦିନ ତଳେ ପଟ୍ଟନାୟକିଆ ଛକ ନିକଟରେ ଏକ ଦମ୍ପତି ମଟର ସାଇକେଲରେ ଆସୁଥିବା ମହିଳା ଜଣଙ୍କ ମୋବାଇଲିରେ କଥା ବାର୍ତ୍ତା ହେଉଥିବା ସମୟରେ ଲୁଟେରା ମାନେ ମୋବାଇଲିଟିକୁ ଲୁଟି ନେଇ ଆଖି ପିଛୁଳାକେ ପଳାଇ ଯାଇଥିଲେ । ବିଶେଷ କରି ବୀରଗୋବିନ୍ଦପୁର ଠାରୁ ପଟ୍ଟନାୟିକିଆ ଜାତୀୟ ରାଜପଥ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଅଳଗୁମ ରାସ୍ତା, ଜୟପୁର ଗ୍ରାମ ଶେଷରୁ ସାରଙ୍ଗଯୋଡି ରାସ୍ତା,  ସେହିପିର ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଗବକୁଣ୍ଡ ହାଟରୁ ପରିବାପତ୍ର କିଣି ଘରକୁ ସଂଧ୍ୟାରେ ଫେରୁଥିଲେ । ରାୟଖଣ୍ଡିଗ୍ରାମ ସିଡି ନିକଟରେ ଦୁଇଜଣ ଯୁବକ ମଟର ସାଇକେଲ ରେ ଆସି ତାଙ୍କ ଧକ୍କା ମାରି ମୋବାଇଲିଟିକୁ ଛଡାଇ ନେଇ ସୁଆଣ୍ଡୋ ବ୍ରିଜ ଅଭିମୁଖେ ପଳାଇ ଆସିଥିଲେ । ପଛରେ ଆସୁଥିବା ଲୋକମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଠାଇ ପରିବାପତ୍ର ଗୋଟାଇ ତାଙ୍କୁ ଘରକୁ ପଠାଇଥିଲେ । ତାଙ୍କର ଅଣ୍ଟା ଓ ଗୋଡରେ ଆଘାତ ହେବାରୁ ସେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଯିବା ସହ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ପୋଲିସ ଏହାକୁ ସେପରି ଗୁରୁତ୍ୱ ନେଉନଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----- ୧,୧୦

ads

Blog Archive

Popular Posts