ads

Breaking News

ଟୁଇଟର ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟିକା


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ସମସ୍ୟା ଗୁଡିକର ତ୍ୱରିତ ସମାଧାନ କରିବା ପାଇଁ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଅନୁରୋଧ କରିଛନ୍ତି ।  ଫୋନ ମାଧ୍ୟମରେ ଅତାବିରା ଏବଂ ଭେଡେନ ବ୍ଲକର ବିଡ଼ିଓ ଏବଂ ତହସିଲଦାର ଙ୍କୁ ତୁରନ୍ତ ଟ୍ୱିଟର ଆକାଉଣ୍ଟ ଖୋଲି ସ୍ଥାନୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। କରୋନା ଭୁତାଣୁ  ବୃଦ୍ଧି ପାଉଥିବାରୁ ସାଧାରଣ ଲୋକେ ବ୍ଲକ କାର୍ଯ୍ୟାଳୟ ତଥା ତହସିଲ ଅଫିସ କୁ ଯିବାପାଇଁ ଭୟ କରୁଛନ୍ତି । ନିକଟ ଅତୀତରେ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ କରୋନା ରୋଗୀ ବାହାରିବା ଫଳରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଶଟ ଡାଉନ ଘୋଷଣା କରିଥିଲେ। ସରକାରଙ୍କ ପ୍ରଚଳିତ 5T ଓ "ମୋ ସରକାର" ନିୟମାବଳୀ ଆଧାରରେ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ସମାଜିକ ଗଣମାଧ୍ୟମ ଟ୍ୱିଟର ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ବିଧାୟିକା ଶ୍ରୀମତି ଛୁରିଆ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...

ads

Blog Archive

Popular Posts