ads

Breaking News

ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧାଙ୍କ ସମେତ ୩୮ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାପାଳଙ୍କ ସୂଚନା


 

ବ୍ରହ୍ମପୁର----- ଆଜି ଗଞ୍ଜାମରୁ ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିରେ ୧୦ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୩ ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ ଜଣ, ଛତ୍ରପୁର, ଗଞ୍ଜାମ କବିସୂର୍ଯ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।  ଏହାଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ୮୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରେ ବର୍ତ୍ତମାନ ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୭ ଜଣ ସକ୍ରିୟ ଅଛନ୍ତି। ଅପରପକ୍ଷରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

 ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts