ads

Breaking News

ଶ୍ରୀ ସତ୍ୟ ସାଇ ସେବା କେନ୍ଦ୍ର ଦ୍ୱାରା ଅମୃତ କଳସ ପ୍ରଦାନ


ଓଡ଼ଗାଁ/କୁରାଳ - ସମ୍ପ୍ରତି କରୋନା ମହାମାରୀ ସମୟରେ  ସମସ୍ତ ପ୍ରକାର ଲୋକ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ରାଜ୍ୟ ତଥା କେନ୍ଦ୍ର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ।  ଏବେବି ବହୁ ଗରିବ ତଥା ଅସହାୟ ଲୋକ ଏଭଳି ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ଗାଁ ଶ୍ରୀ ସତ୍ୟ ସାଇ ଆଧ୍ୟାତ୍ମିକ ଶିକ୍ଷା ଏବଂ ସେବାକେନ୍ଦ୍ର। କେନ୍ଦ୍ର ତରଫରୁ ରାଜ୍ୟ ସତ୍ୟ ସାଇ ସଂଗଠନର ନିର୍ଦେଶ କ୍ରମେ କିଛି ଗରିବ ତଥା ଅସହାୟ ଲୋକଙ୍କୁ ଚିହ୍ନଟ କରାଯାଇ ପ୍ରତି ମାସରେ ଅମୃତ କଳସ ପ୍ରଦାନ କରାଯାଇଅଛି ।କେନ୍ଦ୍ର ସଭାପତି ଆଦର୍ଶ ପଟ୍ଟନାୟକଙ୍କ ନେତୃତ୍ୱରେ ଆବାହକ ଚନ୍ଦନ କୁମାର ପାତ୍ର ,ଲିଂକନ ପାତ୍ର ,ସିଲୁ ପାତ୍ର ,ଜୟନ୍ତ ମହାପାତ୍ର ,ରିଣ୍ଟୁ ପାତ୍ର ଆଦି ଓଁ କାର ମନ୍ତ୍ର ଉଚ୍ଚାରଣ କରି ପୂର୍ବ ପ୍ରସ୍ତୁତ ୬ ଅମୃତ କଳସ ଯାତ୍ରା ଆରମ୍ଭ କରିଥିଲେ ।ଏହି ଅମୃତ କଳସ ମଧ୍ୟରେ ଲୋକମାନଙ୍କର ଦୈନନ୍ଦିନ ଘରୋଇ ରୋଷେଇ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି । 


ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts