ads

Breaking News

ଦୁଇ ପୁଅ ସାହି ମଝିରେ ବାପା କୁ ପିଟି ପିଟି ହତ୍ଯା କଲେ , ସାହି ବାସିନ୍ଦା ରହିଲେ ନିରବଦ୍ରଷ୍ଟା



ପୋଲସରା ----ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ବଡ ସାହିରେ ଶୁକ୍ରବାର ଦିନ ଘଟିଛି ଏକ ଅମାନୁଷିକ ଘଟଣା। ଦୁଇ ପୁଅ ସାହି ମଝିରେ ବାପା କୁ ପିଟି ପିଟି ହତ୍ୟା କଲେ। ଏହି ଲୋମହର୍ଷଣକାରୀ ଘଟଣା ସାହିର ସମସ୍ତେ ଦେଖୁଥୃଲେ । ହେଲେ କେହି ହେଲେ ରକ୍ତ ମୁଖା ପୁଅ ମାନଙ୍କ କବଳ ରୁ ବାପା କୁ ଉଦ୍ଧାର କରି ନଥିଲେ ।  କିମ୍ବା ଥାନା କୁ ଫୋନ କରି ମଧ୍ୟ ଜଣାଇ ନଥିଲେ  । ଫଳରେ ବାପା ଅଭିମନ୍ୟୁ ପ୍ରଧାନ ର ପ୍ରାଣ ଚାଲି ଯାଇଥିଲା। ଘଟଣାର ବିବରଣୀ ଅନୁଯାୟୀ  ଶୁକ୍ରବାର ଦିନ ରାତି ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ବଡ ସାହି ନିବାସୀ ଅଭିମନ୍ୟୁ ପ୍ରଧାନ (୬୫ ବର୍ଷ) ଙ୍କୁ ତାଙ୍କର ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ଘରୁ ଘୋଷାରି ଆଣି ସାହି ମଝିରେ ନିସ୍ତୁକ ମାଡ ମାରିଥିଲେ ଅଭିମନ୍ୟୁ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହୋଇ ସେମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ ପ୍ରାଣ ବିକଳରେ ନିବେଦନ କରିବା ସତ୍ତ୍ୱେ କେହି ହେଲେ ଆଗେଇ ଆସି ନଥିଲେ। ଦୁଃଖ ଓ ବିଡମ୍ବନା ର ବିଷୟ ହେଉଛି ଯେ ଘଟଣା ସମ୍ପର୍କରେ କେହି ଫୋନ କରି ଥାନା କୁ ମଧ୍ୟ ଜଣାଇ ନଥିଲେ। ଫଳରେ ଦୁଅ ପୁଅଙ୍କ ଆକ୍ରମଣ ର ଶିକାର ହୋଇ ଶେଷରେ ଅଭିମନ୍ୟୁ ଙ୍କ ପ୍ରାଣ ଚାଲି ଯାଇଥିଲା। ଏତିକି ରେ ମଧ୍ୟ ସୁଶାନ୍ତ ଓ ମଙ୍ଗୁଳୁ ର କ୍ରୋଧ ଶାନ୍ତ ହୋଇନଥିଲା ।ଆଜି ସକାଳେ ଦୁଇ ଜଣ ପୁଣି ମା ଅପସରା କୁ ଆକ୍ରମଣ କରିଥିଲେ। ଅପସରା ମଧ୍ୟ ସେମାନଙ୍କ ମାଡରେ ଗୁରୁତର ଭାବେ ଆହତ ହୋଇ ବର୍ତ୍ତମାନ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛି। ପ୍ରାୟ ଦୁଇ ବର୍ଷ ପୂର୍ବେ  ସୁଶାନ୍ତ ତାର ବିକଳାଙ୍ଗ ମଝିଆ ଭାଇକୁ ମଧ୍ୟ ନିର୍ମମ ଭାବେ ହତ୍ୟା କରି ଜାମିନ ରେ ଆସିଥିବା ଜଣା ଯାଇଛି। ଏ ସମ୍ପର୍କରେ ଖବର ପାଇ ପୋଲସରା ପୋଲିସ କଳମ୍ବ ଯାଇ ଗୁରୁତର ଆହତ ଅପସରା କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହିତ ଶବ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏବଂ ବାଡ଼ି ପଟେ ଲୁଚିଥିବି ସୁଶାନ୍ତ ଓ ମଙ୍ଗୁଳୁ କୁ ଗିରଫ କରି ଥାନା କୁ ଆଣି ପଚରାଉଚରା କରୁଛନ୍ତି। 
ପୋଲସରା ରୁ ସନ୍ତୋଷ କୁମାର ପଣ୍ଡା

ads

Blog Archive

Popular Posts