ads

Breaking News

ନାଁ କୁ ତାଲା, ସବୁ ଖୋଲା: କୋଭିଡ-୧୯ ଆଇନ କୁ ଫୁ



ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୃଷି ତଥା ଜନବହୁଳ ଅଞ୍ଚଳଭାବେ ବେଶ ପରିଚିତ । ବ୍ଲକଟି ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଗଠିତ । ଏହି ଏନଏସିକୁ ଭେଦ କରି ୫୩ନଂ ଚାରିଥାକିଆ ରାଜରାସ୍ତା ଯାଇଛି । ରାତି ପାହିଲେ ଏହି ଏନଏସି ଅଞ୍ଚଳକୁ ହଜାର ହଜାର ଯାନବାହନ ସହ ଲୋକମାନଙ୍କ ଭିଡ଼ ଜମିଥାଏ। ଯାହା ଏବେ କୋଭିଡ-୧୯ କରୋନା ମହାମାରୀ ତାର ତାଣ୍ଡବରେ ଲୋକଙ୍କ ଜୀବନକୁ ଥରାଇ ଦେଉଛି। ତାର କାୟା ବିସ୍ତାର କରି ଚାଲିଛି । ଥମିବାର ନାଁ ନେଉନାହିଁ ।ସରକାର ସ୍ଥାନୀୟ ଅଧିକାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରିବା ବେଳେ ସରପଞ୍ଚଙ୍କୁ ଏଥିରେ ସାମିଲ କରିଛି । ଯେମିତି ଗୋଟିଏ ବି ଜୀବନ ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନଦେଇ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରି ଅଯଥାରେ ଗହଳି ନକରିବା କଡାକଡି ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ରହିଛି ।  ହେଲେ ଏଠି ବାସ୍ତବ ରୂପ ସମ୍ପୂର୍ଣ୍ଣ ଓଲଟା।ପ୍ରତି ସୋମବାର ପରି ଆଜି ଅତାବିରାର ପରିବା ବଜାର ଥିବାବେଳେ ଗହଳି ପୂର୍ଣ୍ଣ ଅତାବିରା ରେ ଅଧିକାରୀ ମାନଙ୍କ କୌଣସି କଟକଣା ନଥିଲା।ଯାହା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନାଁ କୁ ତାଲା ବାକି ସବୁଖୋଲା ବୋଲି ପ୍ରକାଶ ପାଇଥିଲା।ଯୋଉ ବଜାର କି କରୋନାକୁ ଆମନ୍ତ୍ରଣ କରିବା ସହ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ତେବେ ଏନଏସି,ତହସିଲ,ବ୍ଲକ,ଥାନା ର ପ୍ରଶାସନିକ ଅଧିକାରୀମାନଙ୍କ ନଜର ସାମ୍ନା ତଥା ରାଜରାସ୍ତା କଡରେ ଦୋକାନ ବଜାରରେ ଗହଳି ରହିଥିଲେ ମଧ୍ୟ କେମିତି କାହାରି ଦୃଷ୍ଟି ଗୋଚରକୁ ଆସୁନାହିଁ  । ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ସହ ଅତାବିରା ବଜାର ନାଁ କରୋନା ବଜାର ବୋଲି ଲୋକେ କହୁଛନ୍ତି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive

Popular Posts