ads

Breaking News

ଇତିହାସର ମୂକ ଶାଖୀ ଥିବା ପାଞ୍ଚଶହ ବର୍ଷର ବର ବୃକ୍ଷର ପତ୍ତନ



 ବରୀ -----ଯାଜପୁର ଜିଲ୍ଲା ବରୀ ବ୍ଲକ କାଇପଦ ଗୋଲା ହାଟ ପାଖରେ ଥିବା ପାଞ୍ଚ ଶହ  ବର୍ଷର ତଳର ବିଶାଳ ବର ବୃକ୍ଷ କାଳବୈଶାଖୀ ରେ ଧରାଶାୟୀ ହୋଇଯାଇଛି। ଏହି ବର ବୃକ୍ଷ ଅତୀତର ଅନେକ ଗୌରବମୟ ଇତିହାସ କୁ ବହନ କରି ମୁକ ସାକ୍ଷୀ ହୋଇ ଠିଆ ହୋଇଥିଲା। ଏହା ଗତ ବର୍ଷ ଫନି ବାତ୍ୟା ଦ୍ଵାରା ଆଂଶିକ ଭାଙ୍ଗି ଯାଇଥିଲା। ଚଳିତ ବାତ୍ୟା ଅମ୍ଫାନ୍ ରେ ପ୍ରଭାବିତ ହୋଇ ଶତକଡା ୩୦ ଭାଗ ଢଳି ପଡ଼ିଥିଲା। ପ୍ରକାଶ ଥାଉକି  ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଭାରତ ଛାଡ଼ ଆନ୍ଦୋଳନକାରୀ ମାନଙ୍କ ସଭା ଏହି ବର ବୃକ୍ଷ ତଳେ ଅନୁଷ୍ଠିତ ହୋଇଥିବା ଲୋକମୁଖରୁ ଶୁଣିବାକୁ ମିଳେ । ଏତଦ ବ୍ୟତୀତ ଆଜକୁ ଶହେ ବର୍ଷ ରୁ ଉର୍ଦ୍ଧ ହେବ ଉତ୍କଳ ର ପ୍ରସିଦ୍ଧ ନୌବାଣିଜ୍ୟ ର ପେଣ୍ଠସ୍ଥଳୀ  ଏହି ବଟ ବୃକ୍ଷ ମୂଳରେ ଚାଲିଥିଲା। ଏହି ବଟ ବୃକ୍ଷ ରେ ବାସ କରୁଥିବା ଅନେକ ପ୍ରକାର ଚଡେଇ, ସର୍ପ , ଓଧ,ବାଦୁଡି ଇତ୍ୟାଦି ଯିବ ମାନେ ବର୍ତମାନ ବାସ ହରା ହୋଇ ପଡିଛନ୍ତି। ଗଛ ଉପୁଡି ପଡିବ ଯୋଗୁ ମା ଧନେଶ୍ୱରି ମନ୍ଦିର ଆଂଶିକ ଭାବେ ଖ୍ୟାତି ଗ୍ରସ୍ତ ହୋଇଛି।ଏହି ମହାନ୍  ବୃକ୍ଷ ଧରାଶାୟୀ ହେବା ଫଳ ରେ  ସେ୍ବ ଦି ନ୍ୟାଚୁରା ର ଅଧ୍ୟକ୍ଷ ଅସିତ୍ କୁମାର ରାୟ ଙ୍କ ସହ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ  ଦୁଃଖ ପ୍ରକାଶ କରିଛନ୍ତି।
ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts