ads

Breaking News

ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁ ଉନ୍ନୟନ କାର୍ଯ୍ୟ ଠପ

ବେଗୁନିଆ ----- ବେଗୁନିଆ ବ୍ଲକର କାର୍ଯ୍ୟରତ ବିଡିଓ ରଶ୍ମିରେଖା ଦାସ ଗତ ୯ତାରିଖରୁ ଅନୁପସ୍ଥିତ ରହିଛନ୍ତି   । ତାଙ୍କ ଅନୁପସ୍ଥିତିରେ ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି ।   ସାରା ଦେଶ ଓ ରାଜ୍ୟରେ କରୋନା ଭଳି ମହାମାରୀ ରୋଗ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ମାର୍ଚ୍ଚ ମାସ ୨୪ ତାରିଖରୁ ତାଲାବନ୍ଦ କରାଯାଇଛି । ଫଳରେ ବହୁ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅର୍ଥରାଶି ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି ।ବର୍ତ୍ତମାନ ପରିପ୍ରେକ୍ଷୀରେ ସର୍ଟ ଡାଉନ ହୋଇଥିଲେ ଲୋକମାନଙ୍କୁ ଅର୍ଥ ରୋଜଗାର ପାଇଁ ନରେଗା ଯୋଜନାରେ ସାମିଲ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରହିଛି । ସ୍ଥାନୀୟ ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁଁ    ଶ୍ରମିକମାନେ ନିଜର ପ୍ରାପ୍ୟ ପାଇ ପାରୁ ନଥିବା ବେଳେ କାର୍ଯ୍ୟାଳୟକୁ ଧାଇଁ ହତାଶ ହୋଇ ଘରକୁ ଫେରୁଛନ୍ତି । ବ୍ଲକର ୨୧ ଗୋଟି ପଞ୍ଚାୟତ ମଧ୍ୟରୁ ବିଭିନ୍ନ ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ ଅଯଥା ଖର୍ଚ୍ଚାନ୍ତ ହୋଇ  ଫେରିବାରୁ ପାଟିତୁଣ୍ଡ  ହେଉଥିବାର ଦେଖିବାକୁ ମିଳିଛି । ବ୍ଲକର ବିଡିଓ ଅନୁପସ୍ଥିତିର ସୁଯୋଗ ନେଇ କର୍ମଚାରୀ ମାନେ ମନଇଚ୍ଛା  କାର୍ଯ୍ୟ କରୁଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବିଡିଓଙ୍କ ଅନୁପସ୍ଥିତରେ ଜିଲାପାଳ କାହାକୁ  ଦାୟିତ୍ୱ ଦେଇ ନଥିବାରୁ ସଚେତନ ନାଗରିକ ମାନେ ଆନ୍ଦୋଳନ ପାଇଁ ସଜବାଜ  ହେଉଥିବାର ଜଣା ପଡିଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts