ads

Breaking News

ଗୋଡ଼ଭଗା ବଜରଙ୍ଗ ଦଳ ପକ୍ଷରୁ ଚାଇନା ସାମଗ୍ରୀ ବର୍ଜନ ଓ ଶହୀଦ ମାନଙ୍କୁ ଶ୍ରଦ୍ଧଞ୍ଜଳି




 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଗୋଡ଼ଭଗା ବଜରଙ୍ଗ ଦଳ ପକ୍ଷରୁ ଆଜି ଗୋଡ଼ଭଗା ତୁରୁମ ୫୪ନଂ ରାଜ୍ୟ ରାଜପଥ କଡରେ ଥିବା ଶ୍ରୀ ଶ୍ରୀ ହନୁମାନ ମନ୍ଦିର ଠାରେ ଚୀନ ସୀମାରେ ଦେଶ ପାଇଁ ଲଢ଼ି ଶହୀଦ ହୋଇଥିବା ଦେଶର ୨୦ଜଣ ବୀର ପୁତ୍ର ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ ବଜାରରେ ଚାଇନା ସାମଗ୍ରୀ ଗୁଡିକୁ ବିକ୍ରି ନକରିବା ଓ ଲୋକଙ୍କୁ ଚାଇନା ସାମଗ୍ରୀ ବ୍ୟବହାର ନ କରି ବର୍ଜନ କରିବା ପାଇଁ ବୁଝାଇ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ଗୋଡ଼ଭଗା ବଜରଙ୍ଗ ଦଳର ସକ୍ରିୟ କର୍ମୀ ସୁଧୀର ବାରିକ,ପ୍ରଶାନ୍ତ ଭୋଇ,ସହଦେଵ ରାଉତ,ଅରୁଣ ପରଡ଼ିଆ,ସନତ ମହାରଣା,ମୁନ୍ନା,ପ୍ରେମରାଜ ପ୍ରମୁଖ ଦଳର ବହୁ ବଜରଙ୍ଗୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts