ads

Breaking News

ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ - ସନ୍ଦେହ ସତରେ ପରିଣତ ହେଲା । ଗତ ଦୁଇ ଦିନ ତଳେ ଓଡ଼ଗାଁ ବ୍ଲକ ସୁନାମୁହିଁରେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଲକ୍ଷ୍ୟ କରି  ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା । ସଙ୍ଗରୋଧ ଗୃହ ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୯୧ ଜଣଙ୍କର ଗତକାଲି ସ୍ୱାବ ପରୀକ୍ଷଣ ପାଇଁ ଯାଇଥିଲା ।
ସେଥି ମଧ୍ୟରୁ  ଜଣେ ପଜିଟିଭ  ଥିବା ଜଣାପଡିଛି ।ନୂତନ ଆକ୍ରାନ୍ତ ଜଣକ ମହିଳା ଅଟନ୍ତି ।ବିଶେଷ ସୂତ୍ରରୁ ଖବର ଅନୁଯାୟୀ ନୁଆଁଆକ୍ରାନ୍ତ ବାହ୍ୟ ଆକ୍ରାନ୍ତଙ୍କ ନିଜ  ଶାଳୀ ଅଟନ୍ତି ।ନୂତନ ଆକ୍ରାନ୍ତ ଜଣଙ୍କ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିଲେ ବୋଲି ଜଣାପଡିଛି ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts