ads

Breaking News

ଧରାକୋଟ ଥାନା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା




ଧରାକୋଟ---ସୋମବାର ଦିନ ଧରାକୋଟ ପୋଲିସ ଥାନା ତରଫରୁ ଲଦାକ ରେ ସହିଦ  ବୀର ଯବାନ ଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ଧରାକୋଟ ଥାନା ଅଧିକାରୀ ସହଦେଵ ମହାପାତ୍ର ଙ୍କ ନେତୃତ୍ୱରେ ସମସ୍ତ ଥାନା କର୍ମଚାରୀ ମାନେ ହାତରେ  କ୍ୟାଣ୍ଡେଲ ଧରି ସାମାଜିକ ଦୂରତ୍ୱ ଓ ମୁହଁ ରେ ମାକ୍ସ ପିନ୍ଦି ସ୍ଥାନୀୟ ମେଡ଼ିକାଲ ଠାରୁ  ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।ଶୋଭାଯାତ୍ରା ସମୟରେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଲେଖାଥିବା ଫ୍ଲାକର୍ଡ  ଧରି ଲୋକଙ୍କୁ  କରୋନା ସଚେତନତା କରାଇଥିଲେ। କରୋନା ଏବଂ ଲଦାଖ ଘାଟି ରେ ଚାଇନା ସହ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସହିଦ ଙ୍କ ଆତ୍ମାର ସଦଗତି କାମନା ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ୨ ମିନିଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଥାନା ଅଧିକାରୀଙ୍କ ସମେତ ସବନିସ୍ପେକ୍ଟର ବିନୟ କୁମାର ଦାସ ଙ୍କ ସହ ଥାନା କର୍ମଚାରୀ ଏବଂ ରିଜର୍ଭ ବାଟାଲିୟନ କର୍ମଚାରୀ ମାନେ ଯୋଗଦାନ କରିଥିଲେ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts