ads

Breaking News

ଅଭିଯୁକ୍ତକୁ ଗିରଫ ଦାବିରେ ରାଜସ୍ବ ନିରୀକ୍ଷକଙ୍କ କଳାବ୍ୟାଚ ପରିଧାନ, ତୃତୀୟ ଦିନରେ


ଓଡ଼ଗାଁ/କୁରାଳ- ଓଡ଼ଗାଁ ତହସିଲ ଅନ୍ତର୍ଗତ ପୂର୍ବତନ କୋମଣ୍ଡ ଆରଆଇଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ସମଗ୍ର ଜିଲ୍ଲାର ଆରଆଇ ଏବଂ ଏଆରଆଇ ମାନେ କଳାବ୍ୟାଚ ପରିଧାନ କରିବାର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି ।ସୂଚନା ଅନୁଯାୟୀ ଗତ ସପ୍ତାହର ଗୁରୁବାର ଦିନ ଅପରାହ୍ନ ୧ ଘଟିକା ସମୟରେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଆରଆଇଙ୍କର ବଦଳି ହୋଇଥିବାରୁ କୋମଣ୍ଡ ମୈାଜାର ଜଣେ ମହିଳାଙ୍କ ମ୍ୟୁଟେସନ କାମ ପାଇଁ ଉଭୟପକ୍ଷଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଁଚି ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲେ । ହେଲେ ଉପରୋକ୍ତ ଘଟଣାରେ ଆରଆଇ ଧନଞ୍ଜୟଙ୍କୁ ମାରପିଟ କରାଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ମରା ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଏବଂ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ସଙ୍ଘର ସଭାପତି ସୁବାଷ ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକ ଅଜିତ କୁମାର ଡାକୁଆଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଆରଆଇ ଏବଂ ଏଆରଆଇମାନେ ତିନି ଦିନ ଧରି କଳାବ୍ୟାଚ ପରିଧାନ କରିଥିବା ଜଣାପଡ଼ିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts