ads

Breaking News

ସୁନାମୁଁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୁଣି ୧୪ କରୋନାଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ - ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସୁନାମୁଁହିଁ ବାହ୍ୟ ଆକ୍ରାନ୍ତ । ଗତ ତିନି ଦିନ ତଳେ ଆକ୍ରାନ୍ତ ଚିହ୍ନଟ ହେବାପରେ ଓଡ଼ଗାଁ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ୯୧ ଜଣଙ୍କର ସ୍ୱାବ ପରୀକ୍ଷଣ ପାଇଁ ନେଇଥିଲା ।ସେଥି ମଧ୍ୟରେ କାଲି କେବଳ ଜଣଙ୍କର ପଜିଟିଭ ଟେଷ୍ଟ ରିପୋର୍ଟ ଆସିଥିଲା  ।ଆଜି ପଜିଟିଭ ଆସିଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଆକ୍ରାନ୍ତ ସ୍ଥାନୀୟ ସୁନାମୁଁହିଁ ଅଂଚଳର ଅଟନ୍ତି ଯାହାକି ଅଂଚଳ ବାସୀଙ୍କର ହୋଶ ଉଡାଇ ଦେଇଛି ।ଏବଂ ଅନ୍ୟ ୪ଜଣ  ଆକ୍ରାନ୍ତ ପ୍ରଥମ ବାହ୍ୟ ଆକ୍ରାନ୍ତଙ୍କ ସମ୍ପର୍କୀୟ ଅଟନ୍ତି । ସମସ୍ତେ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିଲେ । ଆକ୍ରାନ୍ତ ୧୪ ଜଣଙ୍କ ମଧ୍ୟରୁ ୫ଜଣ ପୁରୁଷ ଏବଂ ୫ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଟନ୍ତି ।ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ରିପୋର୍ଟ ଲେଖାହେବା ସୁଦ୍ଧା ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ 

ads

Blog Archive

Popular Posts