ads

Breaking News

ପ୍ରଶାସନ ଶୁଣିଲାନି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ



 ବାଲିଗୁଡା --ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶପାଇଁ ବହୁ ସୁଦୂର ପ୍ରସାରୀ ଯୋଜନା କରିଛନ୍ତି । ଏବାବାଦକୁ ରାଜ୍ୟ ସରକାର କୋଟି କୋଟି ଅର୍ଥ ଵ୍ୟୟ ବରାଦ ହେଉଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ଏବେ ବି ଅନେକ ଗାଁକୁ ରାସ୍ତାନାହିଁ । ସରକାରୀ କଳର ଉଦାସୀନତା ହେଉ ଅବା ନିର୍ବାଚିତ ଲୋକପ୍ରତିନିଧି ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ଆଖିଦୃଷ୍ଟିଆ ବିକାଶ ହୋଇପାରୁନି ।ଫଳରେ ଏହାର ଦୁର୍ଦଶା ଭୋଗୁଛନ୍ତି ଗ୍ରାମବାସୀ  ।ଶେଷରେ ଆଉ ପ୍ରଶାସନକୁ ଭରସା ନକରି ନିଜ ଗାଁ ରାସ୍ତା କାମ ନିଜେକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ  ଅନ୍ତର୍ଗତ ବାରଖମା ଗ୍ରାମରେ । ଦୀର୍ଘ ବର୍ଷହେବ ଦିଗାଳ ସାହିରାସ୍ତା ଖାଲ ଢିପ କାଦୁଅରେ ପରିପୂର୍ଣ ଥିଲା ଏନେଇ ସାହିବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସକ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଅବଗତ କରିଥିଲେ  । ଗତ ସାଧାରଣ ନିର୍ବାଚନ ବେଳେ ମଧ୍ୟ ରାସ୍ତା ନିର୍ମାଣ ନେଇଁ ପ୍ରତିଶୃତି ମିଳିଥିଲା।  କିନ୍ତୁ ସବୁ ପ୍ରତିଶୃତି ପାଣିର ଗାରବୋଲି କହନ୍ତି ଗ୍ରାମବାସୀ । ଏଥିରେ ଅତିଷ୍ଠ ହୋଇ ବିଜୁ ଜନତା ଦଳର ସକ୍ରିୟ କର୍ମୀ ସଂଜୀବ ଦିଗଲଙ୍କ ନେତୃତ୍ବରେ ଗ୍ରାମବାସୀ ମାଟି ପଥର ସଂଗ୍ରହକରି  ସାହିବାସିନ୍ଦା ମିଳିତଭାବେ ରାସ୍ତା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।ରାସ୍ତା ନିର୍ମାଣ ପରେ ସାହିବାସିନ୍ଦା ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷ ଏହି ରାସ୍ତା କାମ ବିଲ କରିବା ପାଇଁ ଏବେ ଆରମ୍ଭ ହୋଇଛି ଉଦ୍ୟମ ବୋଲି ଲୋକମାନେ କହନ୍ତି । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts