ads

Breaking News

ମଦ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଆହତ


ମାଲକାନଗିରି----- ମାଲକାନଗିରି ଜିଲ୍ଲାର ବିଜାଘାଟିଠାରେ ଶନିବାର ଏକ ବିଦେଶୀ ମଦ ବୋଝେଇ ପିକ୍ ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଭ୍ୟାନରେ ପ୍ରାୟ ୧୩ ଲକ୍ଷ ଟଙ୍କାର ମଦ ଥିବା ଜଣାପଡ଼ିଛି। ଭ୍ୟାନଟି ରାୟଗଡ଼ାରୁ ମଦ ନେଇ ମାଲକାନଗିରି ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ରାସ୍ତା ଉପରେ ଲକ୍ଷାଧିକ ଟଙ୍କାର ମଦ ବୋତଲ ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡ଼ିଛି। ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିବା ସହ  ମଦ ଜବତ କରିଛି।

ads

Blog Archive

Popular Posts