କରୋନା ପାଇଁ ନକ୍ ଡାଉନ ଓ ଲକ୍ ଡାଉନ ମୁଖ୍ୟମନ୍ତ୍ରୀ ଘୋଷଣା କଲେ
ସାକ୍ଷୀଗୋପାଳ--- କରୋନା ଭୁତାଣୁ ଏବେ ତାର କାୟା ବିସ୍ତାର କରି ଛାଲିଛି । ଯଦି ବା ଓଡିଶାରେ ସେପରି କାୟା ବିସ୍ତାର କରି ନାହିଁ ତଥାପି କରୋନା ଭୁତାଣୁକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା , ଗଞ୍ଜାମ, କଟକ, କେନ୍ଦ୍ରପଡା, ଅନୁଗୁଲ ୫ ଜିଲ୍ଲାର ସମସ୍ତ ସହର, ଏନଏସି ଓ ଗ୍ରାମକୁ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ଜିଲ୍ଲାକୁ ବାହାର ଦେଶରୁ ଲୋକମାନେ ଆସୁଛନ୍ତି । ଏହାକୁ ନଜର କରାଯାଇ ଏପରି ପଦକ୍ଷେପ ନିଆଯାଇଛି । ଏହା ସହିତ ସମ୍ବଲପୁର, ଝରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନ ୮ ଟି ଟାଉନକୁ ଲକ୍ ଡାଉନ କରିଛନ୍ତି । ୨୨ ମାର୍ଚ୍ଚ ରବିବାର ସକାଳ୭ଟାରୁ ୨୯ ମାର୍ଚ୍ଚ ରାତି ୯ ଟା ପର୍ଯ୍ୟନ୍ତ ଲକ୍ ଡାଉନ ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


