ବଜ୍ରପାତରେ ବୃଦ୍ଧ ମୃତ
ନୟାଗଡ଼ ---- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାଇଥପଲ୍ଲୀ ଗ୍ରାମର ଗୋପୀନାଥ ବାରିକ (୬୦ବର୍ଷ) ଆଜି ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି।ସେ ପ୍ରତ୍ୟେକ ଦିନ ଛେଳି ଏବଂ ମେଣ୍ଢା ଚରାଇବାପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି। ଅକାଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ସେ ଘରକୁ ଫେରିବା ସମୟରେ ବଜ୍ରାଘାତ ଯୋଗୁଁ ତାଙ୍କର ମୃତ୍ୟୁବରଣ ହୋଇଥିବା ଜଣାପଡିଛି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ



