ads

Breaking News

ସାତଶଂଖ ଅସ୍ଥାୟୀ ହାଟ ମେଲଣ ପଡିଆରେ ଆରମ୍ଭ ; ଲୋକେ ମାନୁ ନାହାଁନ୍ତି ସାମାଜିକ ଦୁରତ୍ୱ


ଡେଲାଙ୍ଗ-କୋରନା ସଂକ୍ରମିତ ରୋଗରୁ ସମସ୍ତଙ୍କୁ ରକ୍ଷା କରିବା ଓ ସାମାଜିକ ଦୁରତ୍ୱକୁ ଲକ୍ଷ୍ୟରଖି ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସାତଶଂଖ ହାଟ କୁ ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସାପ୍ତହିକ ହାଟ ମଙ୍ଗଳବାର ଓ ଶନିବାର କୁ ନେଇ ଅନୁଷ୍ଠିତ ହୋଇଥାଏ । ଆଜି ମଙ୍ଗଳବାର ପ୍ରଥମ ଦିନରେ ୧୦୦ରୁ ଅଧିକ ଦୋକାନୀ ବ୍ୟବସାୟୀ ପାଇଁ ଏହି ମେଳଣ ପଡିଆକୁ ଆସିଥିଲେ । ଦୋକାନୀ ଙ୍କ ଠାରୁ ଦୋକାନୀ ର ଦୁରତାର ବ୍ୟବଧାନ ୮ ଫୁଟ ରହିଥିଲା । ହାଟ ମଧ୍ୟରେ ବ୍ଲିଚି କରାଯିବା ସହିତ ସାମାଜିକ ଦୁରତାରେ ବ୍ୟବସାୟ ପାଇଁ ଦୋକାନୀ ଆଗରେ ଚୁନ ରେ ଚିହ୍ନ ଦିଆଯାଇଛି । ଲୋକମାନେ ଏକତିତ୍ର ନହେବା ଓ ସାମାଜିକ ଦୁରତା ବଜାୟ ରଖିବା ପାଇଁ ହାଟ ମଧ୍ୟରେ ମେଳଣ କମିଟି ସଭାପତି ପଦ୍ମଲାଭ ସାମନ୍ତରାୟ ସ୍ଥାନୀୟ ସରପଂଚ ଜୋର୍ତିମୟୀ ମହାପାତ୍ର ଓ ତାଙ୍କ ପ୍ରତିନିଧୀ ଙ୍କ ସହିତ ମେଳଣ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ସଚେତନ କରିଛନ୍ତି । କିନ୍ତୁ ଲୋକମାନେ ସାମାଜିକ ଦୁରତାକୁ ନମାନୀ ହାଟ ମଧ୍ୟରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ହାଟଟି ସକାଳ ୬ଟାରୁ ଆରମ୍ଭ ହୋଇ ସଂଦ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା । ଘଟଣାସ୍ଥଳେ ପିପିଲି ତହସିଲଦାର ସପନ କୁମାର ନନ୍ଦ ସାତଶଂଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା,ଏସ୍‌ଆଇ ରବିନ୍ଦ୍ର ନାୟକ  ଲୋକଙ୍କୁ ଏକତ୍ରିତ ନହେବା  ସହ ସାମାଜିକ ଦୁରତା ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୃତୟନ କରାଯାଇଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି ଠାରୁ ପ୍ରକାଶ । ମାତ୍ର ପୋଲିସ ପ୍ରଶାସନ ସାମାଜିକ ଦୁରତା  ରକ୍ଷା କରିବା ରେ ବିଫଳ ହୋଇଥିଲେ ।
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts