ads

Breaking News

ଡାକପଡା ଗ୍ରାମକୁ ବିଶୋଧନ କରିବା ସହ କରୋନା ସଚେତନତା କରାଗଲା

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ଡାକପଡା ଗ୍ରାମକୁ କରୋନା ଠାରୁ ରକ୍ଷା କରିବା ପାଇଁ ବିଶୋଧନ କରାଯିବା ସହ କରୋନା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା ପ୍ରତି ଘରେ ପହଞ୍ଚାଇବା ପାଇଁ କରାଯାଇଥିଲା ଉଦ୍ଦ୍ୟମ ।  କରୋନା ଭୁତାଣୁକୁ ନେଇ ସାରା ପୃଥିବୀରେ ଆଲେଚନାର ବିସୟ ହୋଇପଡିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । ପ୍ରତିକାର ପାଇଁ କୌଣସି ମେଡିସିନ ବାହାରିନାହିଁ ।  ଏହାକୁ ନଜର କରି କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନ ଜାରି କରିଛନ୍ତି । ଏହାକୁ ନଜର କରି ଅଙ୍‌ଗନୱାଡି ର୍କମୀ ଆଶାମଣୀ ରାଉତରାୟ. ଆଶାକର୍ମୀ ନିଆସି ମଲ୍ଲିକଙ୍କ ସହିତ ସାମାଜିକ କର୍ମୀ ଗଗନ ଖଟୋଇ, ବାନାମ୍ବର ରାଉତ, ପୁଜା ସେଡୀ, ମୌସୁମି ପ୍ରଧାନ ଘରକୁ ଘର ବୁଲି ସାବୁନ ବାଣ୍ଟିବା ସହିତ  କରୋନା ଠାରୁ ଦୁରେଇ ରହିବା, ଲକ ଡାଉନକୁ ମାନିବା ଓ ସାବୁନୁରେ ହାତ ଧୋଇବା ସମ୍ପକରେ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ । ସେହିପରି ଲମ, କେ, ସ୍ମାଇଲ ତରଫରୁ ଜେନାପୁର, କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ କରୋନା ସଚେତନତା ସହିତ କିଛି ଗରିବ ଅସହାୟ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅନୁଷ୍ଠାନର ସଭାପତି ମନୋରଞ୍ଜନ ଜେନାଙ୍କ ଠାରୁ ପ୍ରକାଶ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି   

ads

Blog Archive

Popular Posts