ads

Breaking News

-ଘରୁ ନ ବାହାରି ଘରେ ରହିବାପାଇଁ ସ୍ୟାଣ୍ଡ ଆନିମେଶନରେ ବାର୍ତ୍ତା


ପୁରୀ---- ସାରା ଦେଶ ତଥା ଆମ ରାଜ୍ୟରେ ଲୋକ ମାନେ ସରକାର ଙ୍କ ଲକ ଡାଉନ କୁ ନମାନି ରାସ୍ତା ରେ ବୁଲୁଛନ୍ତି। ଫଳରେ କ ରୋନା ଧୀରେ ଧୀରେ କାୟା ବିସ୍ତାର କରିବାର ଆଶଙ୍କା ରହିଛି। ତେବେ ଏହି ସମୟ ରେ ଲୋକ ମାନେ ଘରୁ ନ ବାହାରି , ଘରେ ରହିବାକୁ ବାଲୁକା ଶିଳ୍ପୀ ମାନସ ସାହୁ ସାରା ଦେଶ ବାସୀ ଙ୍କୁ ଅପିଲ କରିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ଏକ ସ୍ୟାଣ୍ଡ ଆନିମେଶନ କରିବା ସହ ଏହି ବାର୍ତ୍ତା ମାନସ ସାହୁ ଲୋକ ଙ୍କୁ ଦେଇଛନ୍ତି। ଭାରତ ରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭାଇ ରସ। ସଂକ୍ରମଣ ସଂଖା ବଢ଼ି ବାରେ ଲାଗିଛି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି। ଘରେ ଲୋକ ମାନେ ରହି ନିଜ ପରିବାର କୁ କରୋନା କବଳରୁ ରକ୍ଷା ନେଇ ଅନୁରୋଧ କରୁଛନ୍ତି। ତେବେ ଅନେକ ଲୋକ କିନ୍ତୁ ବାହାରେ ବୁଲୁଛନ୍ତି। ଏହା ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇ ବାର ଆଶଙ୍କା ରହିଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts