ads

Breaking News

ନୟାଗଡରେ ଲକ ଡାଉନ ଘୋଷଣା


ନୟାଗଡ଼ ---- ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜନତା କର୍ଫ୍ୟୁକୁ ସ୍ୱାଗତ କରିବା ସହ ସମସ୍ତେ ବିପୁଳ ପରିମାଣରେ ସମର୍ଥନ ଜଣାଇଥିଲେ।ସେଥିପାଇଁ ଜିଲ୍ଲାର ସବୁ ସ୍ଥାନରେ ଖାଁ ଖାଁ ପରିସ୍ଥିତି ଦେଖାଯାଇଥିଲା । ଦେଶର ସବୁ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ଦେଶସାରା ଲକ୍‌ଡାଉନ୍‌ ଜାରି ହୋଇଥିବା ଜଣାପଡ଼ିଛି।
   
            କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଏବଂ ଜନସାଧାରଣ ପୁରା ସଚେତନ।ଆଜି ସକାଳ ୭ଟାରୁ ଏହି ଅଭିଯାନକୁ ପୂର୍ଣ୍ଣ ସମର୍ଥନ ଦେବାପାଇଁ ସାରା ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି।ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।ଆଜି ସମସ୍ତ ଦୋକାନ, ବଜାର,ଗାଡ଼ି ମଟର ଚଳାଚଳକୁ ବନ୍ଦ ରଖିବା ସହ ଜନ ସାଧାରଣ ବାହାରକୁ ନବାହାରିବାକୁ ନିର୍ଦ୍ଦେଶନାମା ଜାରିହୋଇଛି।ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts