ads

Breaking News

ଦେବ ଭୂମି ହୋଟେଲରେ ବିଦେଶୀ ନାଗରିକଙ୍କୁ ରଖିବା ନେଇ ମାମଲା ରୁଜୁ


  ପୁରୀ----- ରାଜ୍ୟ ସରକାରଙ୍କ ଲକ ଡାଉନ ନିୟମ ନ ମାନିବାରୁ ପୁରୀ ର ବଳିଆ ପଣ୍ଡା ଲାଇଟ ହାଉସ ନିକଟରେ ଥିବା ହୋଟେଲ ଦେବ ଭୂମି ବିରୋଧରେ ପୁରୀ ଜିଲା ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଆଇ ପି ସି ର ଧାରା ୨୬୯/୧୭୦/୨୭୧/୧୮୮ ରେ ମାମଲା ରୁଜୁ କରାଯାଇ ହୋଟେଲ ମାଲିକ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ପ୍ରଶାସନ ର ସୂଚନା ଅନୁଯାୟୀ ୩ ଜଣ ବିଦେଶୀ ନାଗରିକ ଉକ୍ତ ହୋଟେଲ ରେ ରହୁଥିଲେ। ଯେତେବେଳେ କି ସରକାର ହୋଟେଲ ମାନଙ୍କୁ ନିର୍ଦେଶ ଦେଇଛନ୍ତି କୌଣସି ପର୍ଯ୍ୟଟକ ରହି ପାରିବେ ନାହିଁ। କିନ୍ତୁ ଏହି ନିୟମ ଉଲଘଂନ କରି ହୋଟେଲ ଦେବ ଭୂମି ୟୁକ୍ରେନ ଓ ଜର୍ମାନୀ ର ତିନି ଜଣ ନାଗରିକ ଙ୍କୁ ରଖିଥିଲେ। ପ୍ରସାସନ ଖବର ପାଇବା ପରେ ଉକ୍ତ ହୋଟେଲ ଚଢ଼ାଉ କରି ୩ଜଣ ବିଦେଶୀ ପର୍ଯ୍ୟଟକ ଙ୍କୁ ଉଦ୍ଧାର କରିଥିଲା। ପରେ ଏକ ସ୍ୱତନ୍ତ୍ର ଗାଡି କରାଯାଇ ଭୁବନେଶ୍ୱର ବିମାନ ବନ୍ଦର ପଠାଇ ଦିଆଯାଇଛି। ସେଠାରେ ସେ ତାଙ୍କ ନିଜ ଦେଶ କୁ ଫେରିଯିବାକୁ ନିର୍ଦେଶ ରହିଛି। ଅନ୍ୟପଟେ ଅଗାମୀ ଦିନରେ ରାଜ୍ୟ ସରକାର ଙ୍କ ଲକ ଡାଉନ ନିୟମ ଉଲଘଂନ କଲେ ସମସ୍ତ ଅନୁଷ୍ଠାନ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts