ads

Breaking News

ସତ୍ୟବାଦୀରେ କଡା କଡି ଲାଗୁ ହେଲା ଲକ୍ ଡାଉନ

 ସାକ୍ଷୀଗୋପାଳ---- କରୋନାକୁ ନେଇ ସମସ୍ତେ ଚିନ୍ତିତ ରହିଥିବା ବେଳେ ମାତ୍ର କେତକ ଯୁବକ ମାନେ ଏହାକୁ ବେଖାତିରି କରୁଛନ୍ତି । ଯାହା ଫଳରେକି ସେମାନଙ୍କ କୌଣସି କାମ ନଥିବା ବେଳେ ସେମାନେ ଅଯଥାରେ ବଜାର ଘାଟରେ ବସିକି ଗହଳି କରୁଛନ୍ତି । ପୁରୀ ଜିଲ୍ଲାପାଳ ବଳବନ୍ତି ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକର ୨୪ ଟି ପଞ୍ଚାୟତ ଲକ୍ ଡାଉନ କରାଯାଇଛି । ଆଜି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ମିଳିତ ଭାବେ ସାରଙ୍ଗଯୋଡି, ଗବକୁଣ୍ଡ, ବରାଳ, ପଟ୍ଟନାୟକିଆ, ଜୟପୁର ଛକ, ସାକ୍ଷୀଗୋପାଳ ବଜାର ବିଭିନ୍ନ ଛକ ମାନଙ୍କରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଯାଉଛି । ଏପରିକି ସକାଳ ୭ଠାରୁ ଗ୍ରୋସରୀ, ପରିବା, କ୍ଷୀର, ମାଛ , ଅଣ୍ଡା ଦେକାନ ମାନେ ୪ଟା ପର୍ଯ୍ୟନ୍ତ ଖୋଲି ପାରିବେ । ତା ପର ଠାରୁ ଯେଉଁ ମାନେ ଦେକାନ ଖୋଲିବ ସେମାନଙ୍କ ବିରୁଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ଜଣାପଡିଛି ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts