ads

Breaking News

-କ ରୋନା ର ମୁକାବିଲା କରିବାକୁ ପୁରୀ ଜିଲା ପ୍ରଶାସନ ପ୍ରସ୍ତୁତି


ପୁରୀ - କ ରୋନା କୁ ମୁକାବିଲା କରିବାକୁ ପୁରୀ ଜିଲା ପ୍ରଶାସନ ପ୍ରସ୍ତୁତି ରହିଛି । ପୁରୀ ଜିଲାପାଳ ବଲବନ୍ତ ସିଂ ଏ ନେଇ ବିସ୍ତୃତ ସୂଚନା ଗଣମାଧ୍ୟମ କୁ ଦେଇ ଛନ୍ତି।  ଜିଲାପାଳ ଙ୍କ ସୂଚନା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଗୁଡିକ ରେ କ ରୋନା ଚିକିତ୍ସା ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୁରୀ ର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ  ୫୦ବେଡ଼ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯାଇଛି। ସେହିପରି ପୁରୀ ନିର୍ମାଣାଧୀନ ମେଡ଼ିକାଲ କଲେଜ ବିଲ୍ଡିଂ ୨୫୦ ବେଡ଼ ବିଶିଷ୍ଟ ମେଡ଼ିକାଲ ରେ ପରିଣତ କରାଯାଇଛି। ଏହା ସ୍ୱତନ୍ତ୍ର କୋଭିଡ ୧୯ ପାଇଁ ହସ୍ପିଟାଲ ହୋଇଛି। ମେଡ଼ିକାଲ ଗୁଡିକ ରେ କୀଭଳି ଚିକିତ୍ସା ଉପକରଣ ଭେଣ୍ଟିଲେଟର , ଅକ୍ସି ଜେନ ବ୍ୟବସ୍ଥା ହେବ ସେ ବ୍ୟବସ୍ଥା ହୋଇଛି। ସେହିପରି ମେଡ଼ିକାଲ ରେ ଅଧିକ କର୍ମଚାରୀ ନିୟୋଜିତ କରିବା ପାଇଁ ଅଧିକ ଡ଼କ୍ଟର , ପାରା ମେଡ଼ିକାଲ ଷ୍ଟାଫ ନେଇ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।ସେହିପରି   ୪ହଜାର ଲୋକ ବିଭିନ୍ନ ରାଜ୍ୟ ରୁ ପୁରୀ ଜିଲା କୁ ଫେରିଛନ୍ତି। ତାଙ୍କ ର ତଥ୍ୟ ନିଆଯାଇ ହୋମ ଆଇସୋ ଲେସନ ରେ ରହିବା ନେଇ ନିର୍ଦେଶ ଦିଆଯାଇଛି। ଜିଲାରେ ରେ ଥିବା ସମସ୍ତ  ହଷ୍ଟେଲ ବନ୍ଦ କରି ଦିଆଯାଇଛି । ସେହିପରି ୩ ମାସର ଆଗୁଆ ପେନ ସନ ସାମାଜିକ ନିରପତା ସ୍ମିମ ଅନୁଜୟୀ ଲୋକ ଙ୍କୁ ଦିଆଯାଇଛି। ଏହା ଦ୍ୱାରା ଏକ ଲକ୍ଷ ୮୦ ହଜାର ପରିବାର ଉପକୃତ ହେବେ। ଏଥିରେ ପାଖା ପାଖି ୩ମାସ ପାଇଁ  ୪୦ରୁ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପି ଡି ଏସ ସାମଗ୍ରୀ ୨ ଲକ୍ଷ ୮୦ହଜାର ପରିବାର କୁ ଆଗୁଆ  ୩ମାସର ଦିଆଯାଇଛି। ଅନ୍ୟପଟେ ଲକ ଡାଉନକୁ ଲୋକ ମାନିବେ  ପୋଲିସ କୁ ମୁତୟନ କରାଯାଇ ଲୋକ ଙ୍କୁ ସଚେତନ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କିଭଳି ମିଳିବ ଓ ପରିବହନ ହେବ ସେ ନେଇ ମଧ୍ୟ ପୋଲିସ ପ୍ରଶାସନ କୁ ସଜାଗ ରଖାଯାଇଛି। ତେବେ ଲକ ଡାଉନ କୁ ପୁରୀ ବାସିନ୍ଦା ସମର୍ଥନ ସହ ନିୟମ ପାଳନ କରୁଥିବା ହେତୁ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ଜିଲାବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts