ads

Breaking News

ବରୀ ବ୍ଲକରେ କରୋନା ସମିକ୍ଷା କଲେ ଜିଲ୍ଲାପାଳଙ୍କ

 ବରୀ---  ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବରୀ ବ୍ଲକରେ ପହଞ୍ଚି   ଭିଡିଓ କନଫରେନ୍ସ ମାଧ୍ୟମରେ କରୋନା ଭାଇରସ ସମ୍ପର୍କରେ ଆଲୋଚନ କରିବା ସହିତ ସମଗ୍ର ଭାରତ ବର୍ଷରେ ଲାଗୁ କରାଯାଇଥିବା ଲକ ଡାଉନକୁ ଯାଜପୁର ଜିଲ୍ଲା କଡାକଡି ପାଳନ କରିବାକୁ ବ୍ଲକ ଅଧିକାରୀ ମାନଙ୍କ ସହିତ  ଆଲୋଚନା କରିଥିଲେ । ହାଟ,ବଜାର ଦୋକାନ ଗୁଡିକୁ ଦିଆଯାଇଥିବା ନିଦିଷ୍ଟ ସମୟସୀମା ଛଡା ଅନ୍ୟ ସମୟରେ ଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।  ସାମାଜିକ ଦୂରତା ରକ୍ଷା କରିବା ସହିତ ଲୋକମାନେ ଯେପରି ନିହାତି ଜରୁରୀ ନଥିଲେ ବାହାରକୁ ନ ଆସିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ବ୍ଲକକୁ ଆସିବା ବାଟରେ ସୁଜନପୁର ,ଶିବାଛକ,ଶଙ୍ଖାରିଗଡା,ବାଲିଆପାଳ,ବରୀ-ମାଉଣ୍ଡ,ରାମନ୍ଦ୍ରପୁର,ଆଦିଛକରେ ଅଟକି ବିନା କାରଣରେ ଗହଳି କରୁଥିବା ଲୋକମାନଙ୍କୁ ସଚେତନତା କରିଥିବାର ଦେଖିବାକୁ ମିଳିଛି । ଦେବାଳୟ ଓ ମସଜିଦରେ ଯେପରି ଶ୍ରଦ୍ଧାଳୁଙ୍କ ଭିଡ ନହୁଏ ସେଥିପ୍ରତି ସଜାଗ ରହିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଉପ-ଜିଲ୍ଲାପାଳ,ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡଃ ଭବାନିଶଙ୍କର ପଟ୍ଟନାୟକ, ବରୀ ତହସିଲଦାର ସରୋଜକାନ୍ତ ନାୟକ,ବିଡିଓ ଶାଶ୍ୱତ ଜେନା ଉପସ୍ଥିତ ଥିଲେ । ସେହିପରି ଭାବେ ଆଜି ପୂର୍ବାହ୍ନରେ ଯାଜପୁର ଏସପି ଚରଣ ସିଂ ମିନା,ବରୀ ଥାନାଅଧିକାରୀ ମାର୍କଣ୍ଡ ମିଶ୍ର ବରୀର ବିଭିନ୍ନ ଅଂଚଳ ଗ୍ରସ୍ତ କରି ଲୋକ ଗହଳି ନ କରିବା ପାଇଁ  ପରାମର୍ଶ ଦେଇଥିଲେ । ବରୀ ମାଉଣ୍ଡ ସାପ୍ତାହିକ ହାଟ ଥିବାରୁ ହାଟକୁ ୭ଟାରୁ ୯ ପର୍ଯ୍ୟନ୍ତ ଖୋଲା ରଖିବାକୁ ପରାମର୍ଶ ଦିଆଯାଥିଲା । ଲୋକ ଗହଳି କରିବାରୁ ୯ଟାରେ ପୋଲିସ ପ୍ରଶାସନ ହାଟକୁ ବନ୍ଦ କରିଦେଇଥିଲ ।

ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts