ads

Breaking News

କରୋନାକୁ ନେଇ ଏବେ ଗ୍ରାମ ମାନଙ୍କରେ ଲକ ଡାଉନ ; ପ୍ରବେଶ ପଥ ରୋକ

ସାକ୍ଷୀଗେ।।ପଳ -----  ଦେଶରେ କରୋନା ଭୁତାଣୁକୁ ରୋକିବା ପାଇଁ  ଲକ୍ ଡାଉନ ଜାରି କରାଯାଇଛି ।ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତା କରାଯାଉଛି ।  ଲୋକମାନେ ସଚେତନତା ହେବାପରେ ଏହି ଲକ୍ ଡାଉନ ବର୍ତ୍ତମାନ ଏବେ ଗ୍ରାମଭିମୁଖେ ଯାଇଛି । ବିଶେଷ କରି ଗ୍ରାମ ମୁଣ୍ଡରେ ଯୁବକ ମାନେ ପାଳି କରି ଲକ୍ ଡାଉନ ଆରମ୍ଭ କରିଛନ୍ତି । ଗ୍ରାମ ମୁଣ୍ଡରେ ବାଉଁଶ, ପଥର, ଗଡ , ଦଉଡି ବାନ୍ଦି  ଗ୍ରାମ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦେଉନାହାନ୍ତି । ଯଦି କେହି ଆସୁଛନ୍ତି ସେମାନେ ସଠିକ ପ୍ରମାଣ ଦେଖାଇବା ପରେ ହାତ ଭଲକରି ସାବୁନ ପାଣିରେ ଧୋଇବା ପରେ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଏପରିକି ଗ୍ରାମର କେହି ଯଦି ଗ୍ରାମ ବାହାରକୁ ଯାଉଛନ୍ତି  ତା ହେଲେ ସେ ମଧ୍ୟ ଗ୍ରାମକୁ ଫେରିଲେ ସାବୁନରେ ହାତ ଧୋଇବା ପରେ ଗ୍ରାମ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯୁବକ ମାନେ  ଶପଥ ନେଇଛନ୍ତି ତାଙ୍କ ଗ୍ରାମକୁ କରୋନା ଭୁତାଣକୁ  ପ୍ରବେଶ କରାଇ ଦେବେ ନାହିଁ । ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର, ବେଣାକେରା, ଚଉଦଗୁଣ୍ଠ ଓ ଘାଷିଭବାନିପୁର ଗ୍ରାମ ମୁଣ୍ଡରେ ଲକ୍ ଡାଉନ କରାଯାଇଛି । ବାସୁଦେବ ମହାପାତ୍ର, ନରହରି ମହାପାତ୍ର, ଭାଗବତ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସନ୍ତୋଷ ପଣ୍ଡା, ରାଜ କିଶୋର ରାଉତରାୟ, ବେନୁଧର ଜେନା, ପ୍ରଶାନ୍ତ କୁମାର ଜେନା, ଦୁର୍ଯ୍ୟେଧନ ଜେନା, ଶ୍ରୀଧର ଜେନା, ବିଜୟ କୁମାର ଜେନା, ସନ୍ତୋଷ ପ୍ରଧାନ, ପ୍ରତାବ ପ୍ରଦାନ, ସୌଦାମିନି ପ୍ରଧାନ ପ୍ରମୁଖ ଏହି ଲକ୍ ଡାଉନର ଦାୟତ୍ୱ ନେଇଛନ୍ତି । ସେହିପରି ସାକ୍ଷୀଗୋପାଳ ବଜାରସ୍ଥିତ ରଙ୍ଗଣିସାହିରେ ମଧ୍ୟ ଗ୍ରାମ ମୁଣ୍ଡରେ ଲକ୍ ଡାଉନ କରାଯାଇଥିବାର ଦେଖାଯାଇଛି । ସେହିପରି ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ କରୋନାକୁ ନେଇ ଏବେ ଗ୍ରାମ ଗୁଡଇକ ଲକ ଡାଉନ କରାଯିବା ସହ  ସଚେତନତା ସୃଷ୍ଟି ହେଉଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନା

ads

Blog Archive

Popular Posts