ads

Breaking News

ମିଶନ ଶକ୍ତି ମହିଳା ମହାସଂଘ ୭୯ ଜଣଙ୍କୁ ରନ୍ଦା ଖାଦ୍ୟ ଯୋଗାଇ ଦେଲା

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକରେ ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ରବିବାର ଠାରୁ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଅସହାୟ, ଗରିବ, ଦୀନ ମଜୁରିଆ ଓ ବହାର ରାଜ୍ୟରୁ ଆସିଥିବା ପରିବାର ମାନଙ୍କୁ ରନ୍ଦାଖାଦ୍ୟ ଯୋଗାଇ ଦେଇଛି । ସୁଚନାଯୋଗ୍ୟ ଯେ ପ୍ରସିଦ୍ଦ ହରିରାଜପୁର ମେଳନକୁ ବହାର ରାଜ୍ୟରୁ ଆସିଥିବା କିଛି କାଚ, ମାଳି, ମେହେନ୍ଦି, ଝାଡୁ ବିକ୍ରୟ କରିବାକୁ ଆସିଥିବା ଲୋକମାନେ କରୋନା ପାଇଁ ଲକ ଡାଉନ ଜାରି ହେବାରୁ ଏଠାରେ ରହିଯାଇଛନ୍ତି । ଯାହାକି ସେମାନେ ଭୋକ ଉପାସରେ ରହିଥିଲେ । ରାଜ୍ୟ ସରକାରଙ୍କ  ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ନେତୃତ୍ୱରେ ଅରିଶଲ ଠାରେ ୧୭ ଜଣଙ୍କୁ ମା ଦକ୍ଷିଣଚଣ୍ଡୀ ମହିଳା ସଂଘ, ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ହରିରାଜପୁର ଠାରେ ୬୨ ଜଣଙ୍କୁ ରନ୍ଦା ଖାଦ୍ୟ ବିତରଣ କରିଥିଲେ । ଏଥିରେ ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କବିତା ପ୍ରଧାନ, ପ୍ରତିମା ଦାସ, ମିନତୀ ପ୍ରଧାନ, ଟୁକୁଲି ସାହୁ, ଅଙ୍ଗନୱାଡି କର୍ମୀ ମମତା ବରାଳ, ଆଶାକର୍ମୀ , ପଞ୍ଚାୟତ ଅଧିକାରୀଙ୍କ ସହିତ ହରିରାଜପୁର ମେଳଣ କମିଟି ସହଯୋଗ କରିଥିଲା । ଆଗାମୀ ଦିନରେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ଅସହାୟ, ଗରିବ ଲୋକମାନଙ୍କୁ  ରନ୍ଦାଖାଦ୍ୟ ଯୋଗାଇ ଦିଆଯିବ ବୋଲି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts