ads

Breaking News

ବଡ଼ଦାଣ୍ଡ ,ବଡ଼ଶଙ୍ଖ ପରିବା ମାର୍କେଟରେ ଲଷ୍ମଣରେଖା


ପୁରୀ---- କରୋନା ପାଇଁ ଲକ ଡାଉନ୍ ଥିବା ସାରା ଦେଶ ଏଥିରୁ ବାଦ ପଡିନି।  ପୁରୀ ବଡ଼ଦାଣ୍ଡ ପରିବା ମାର୍କେଟରେ ଗୁରୁବାର ଦେଖିବାକୁ ମିଳିଛି ଲଷ୍ମଣରେଖା। ଏହି ଲଷ୍ମଣରେଖା ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଟଣା ଯାଇଥିଲା।ପୁରୀ ସହରରେ ପ୍ରମୁଖ ପରିବା ମାର୍କେଟ ହେଉଛି ବଡ଼ ଶଙ୍ଖ ପରିବା ମାର୍କେଟ। ତେବେ ପରିବା କିଣିବା ପାଇଁ ଲୋକ ମାନେ ସରକାର କରୋନା ସତର୍କତା ଓ ଗାଇଡ଼ ଲାଇନ ମାନୁ ନାହାନ୍ତି। ସାମାଜିକ ଦୂରତ୍ୱ ରଖୁ ନାହାନ୍ତି। ଏହା ଦ୍ୱାରା ଲୋକ ଙ୍କ ମଧ୍ୟରେ  କରୋନା ବଢିବାର ଅଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ କଡା ପଦକ୍ଷେପ ନେଇଛି। ପରିବା ମାର୍କେଟ ଗୋଟେ ଲାଇନ ପରିବା ଦୋକାନୀ ଙ୍କୁ ଏକ ମିଟର ଦୂରତା ମଧ୍ୟରେ ବସିବା ବ୍ୟବସ୍ଥ ହୋଇଛି। ସେହିପରି ଗ୍ରାହକ ମାନଙ୍କ ପାଇଁ ଚାରି କଣିଆ ବକ୍ସ ଆକାର ର ରଙ୍ଗ କରାଯାଇ ରାସ୍ତାରେ ଅଙ୍କା ଯାଇଛି। ପ୍ରତି ଏକ ମିଟର ବ୍ୟବଧାନ ରହିଛି ଏହି ବକ୍ସ। ଏହାରି ଭିତରେ ରହି ଗ୍ରାହକ ସୁରକ୍ଷିତ ଭାବେ ପରିବା କିଣି ପାରିବେ। ଅନ୍ୟପଟେ ପ୍ରଶାସନ ଏଭଳି ବ୍ୟବସ୍ଥା କୁ ସ୍ୱାଗତ କରିଛନ୍ତି ପୁରି ବାସିନ୍ଦା । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts