ads

Breaking News

ସହାୟତାର ହାତ ବଢାଇଲେ ନେତାଙ୍କ ଠାରୁ ସାଧାରଣ ଜନତା



ନୟାଗଡ଼---- କରୋନାର ଭୟାବହତା ଦିନକୁ ଦିନ ବଢ଼ି ଚାଲିଛି।ଦେଶରେ କର୍ଫ୍ୟୁ ଏବଂ ଲକ ଡାଉନକୁ ମିଳିଛି ସଫଳତା।ଦେଶର ଜନସାଧାରଣ ବେଶ ସଚେତନ ଅଛନ୍ତି।କିନ୍ତୁ ପରିତାପର ବିଷୟ,ଦେଶର କିଛି ସେଲିବ୍ରିଟି ତଥା ଶିଳ୍ପପତି ଦେଶର ଏ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଆର୍ଥିକ ସହାୟତା ଦେବା ପରିବର୍ତ୍ତେ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାରେ ବ୍ୟସ୍ତ।
କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌-୧୯ ଫଣ୍ଡ)କୁ ଦାନ କରିଛନ୍ତି । ଏଥିସହ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାୟିକା ଲତିକା ପ୍ରଧାନ ଓ ସାବିତ୍ରୀ ଅଗ୍ରଓ୍ୱାଲା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ମହାରଥୀ,ପଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧୁରୁବ ଚରଣ ସାହୁ, ଭାଗୀରଥୀ ସେଠୀ, ଶଶିଭୂଷଣ ବେହେରା ଏବଂ ପ୍ରଶାନ୍ତ କୁମାର ମୁଦୁଲି ମଧ୍ୟ ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌- ୧୯ ଫଣ୍ଡ)କୁ ଦାନ କରିଛନ୍ତି ।
ନୟାଗଡ଼ରେ କରୋନାର ପ୍ରଭାବ ନଥିବାବେଳେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମଧ୍ୟ ତିନିମାସର ଦରମା ଦାନ କରିଛନ୍ତି। ଇଟମାଟିର ସାଅଁରମଲ୍ଲ ଅଗ୍ରୱାଲ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧୦୦୦/- ଦାନ କରିଛନ୍ତି।ବିଜେପି ନେତ୍ରୀ ଶ୍ରୀମତି ଇରାନୀ ରାୟ ଏକଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଥିବା ଜଣାପଡିଛି । ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts