ads

Breaking News

ସରପଞ୍ଚ ଏବଂ ତାଙ୍କ ପତ୍ନୀଙ୍କ ବଦାନ୍ୟତା



ନୟାଗଡ଼  -----ମହାମାରୀ କରୋନା ଦ୍ୱାରା ସାରା ବିଶ୍ୱ ଆଜି କବଳିତ। ଲକଡାଉନ ଦ୍ୱାରା କିଛି ପରିମାଣରେ ଏହାକୁ ନିୟନ୍ତ୍ରଣରେ ରଖାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ମାନୁନାହାନ୍ତି।ଫଳରେ ସଂକ୍ରମଣ ବଢ଼ି ଚାଲିଛି।ଏହାର ସଫଳ ମୁକାବିଲା କରିବା ପାଇଁ ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତର ସରପଞ୍ଚ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ତଥା ଲକି ଟ୍ରେଡର୍ସର ପରିଚାଳନା ନିର୍ଦେଶିକା ସମାଜସେବୀ ଶ୍ରୀମତୀ ଶାରଦା କୁମାରୀ ସାହୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ଜରିଆରେ ପ୍ରଦାନ କରିଛନ୍ତି।ଏହି ବଦାନ୍ୟତା ପାଇଁ ସବୁ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି। 
ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts