ads

Breaking News

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ


ନୟାଗଡ଼---- ବର୍ତ୍ତମାନ କରୋନା ସାରା ବିଶ୍ୱରେ ତାର ମୃତ୍ୟୁର ତାଣ୍ଡବଲୀଳା ଜାରି ରଖିଛି । ବିଶ୍ୱବାସୀଙ୍କ ନିଦ ହଜାଇଛି ଏହି ଘାତକ କରୋନା ଭାଇରସ । ସେଥିପାଇଁ ପୁରା ଦେଶକୁ ଲକ ଡାଉନ ଘୋଷଣା କରାଯାଇଛି । ରାଜ୍ୟ ସରକାର ଏହି କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ଏଭଳି ସଂକଟାପର୍ଣ୍ଣ ପରିସ୍ଥିତି ସମୟରେ ସହାୟତାର ହାତ ବଢାଇଛନ୍ତି ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ସଭାପତି ଲୋକନାଥ ସାହୁ ଏବଂ ସମ୍ପାଦକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଚେକ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ପ୍ରଦାନ କରିଛନ୍ତିି । ବ୍ୟାଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ ଙ୍କୁ ଚେକ୍ ଆକାରରେ ପ୍ରଦାନ କରିଥିଲେ। ସେହିପରି ବ୍ୟାଙ୍କ କର୍ମଚାରୀମାନେ ନିଜ ନିଜ ବେତନରୁ କିଛି କିଛି ସଂଗ୍ରହ କରି ଆଉ ଏକ ଲକ୍ଷ ଟଙ୍କା "କରୋନା" ମହାମାରୀ ପ୍ରତିରୋଧ ଲଢେଇ ପାଇଁ ପ୍ରଦାନ କରିଥିବାର ଜଣାପଡିଛି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ, ଓଡ଼ଗାଁ/କୁରାଳ ଅର୍ଜୁନ ସାହୁ

ads

Blog Archive

Popular Posts