ads

Breaking News

ବରୀମାଉଣ୍ଡ ସାପ୍ତାହିକ ହାଟ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ

ବରୀ--- -ମହାମାରୀ କରୋନା ଭାଇରସ ସଚେତନତା ପାଇଁ ବରୀ ବ୍ଲକର ସର୍ବପୁରାତନ ବରୀ ମାଉଣ୍ଡ ନିଷ୍କର ହାଟକୁ ଅସ୍ଥାୟୀ ଭାବେ ନିକଟସ୍ଥ କୃପାସିନ୍ଧୁ ବିଦ୍ୟା ଭବନ ଖେଳ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି । ଏହି ନିଷ୍କର ହାଟ ସପ୍ତାହର ସୋମବାର ଓ ଗୁରୁବାର ବରୀ ମାଉଣ୍ଡ ମୁଖ୍ୟ ରାସ୍ତା କଡରେ ହୋଇଥାଏ । କରୋନା ସଚେତନତା ପାଇଁ ସାମଜିକ ଦୂରତାକୁ ବଜାଇ ରଖିବା ପାଇ ବରୀ ତହସିଲ ପକ୍ଷରୁ ହାଇସ୍କୁଲର ଖେଳ ପଡିଆକୁ ଉପଯୁକ୍ତ ସ୍ଥାନ ବୋଲି ବିଚାର କରି ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଥିବା ତହସିଲଦାର ସରୋଜ କାନ୍ତ ନାୟକ ଗଣ ମାଧ୍ୟମକୁ ସୂଚାନା ଦେଇଛନ୍ତି । ଆସନ୍ତା କାଲି ସୋମବାର ଠାରୁ ୭ଟାରୁ ୧୧ ଟା ପର୍ଯ୍ୟନ୍ତ ହାଟ ବସିବ ବୋଲି ସ୍ଥିର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଏହି ବ୍ଲକର ବାଲିଆପାଳ,ବାଲିଆ,ରାଜାତୋଟା,ଅଲ୍ଲିପୁର, କଳାମାଟିଆ ଓ ରତ୍ନଗିରି ସାପ୍ତାହିକ ହାଟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସାଧାରଣରେ ଦାବୀ ହେଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts